Odisha news

ଭାଙ୍ଗିଲା ଆଚାରୀ ମଠ

0

ପୁରୀ,୩ା୨:ନିରାପତ୍ତା ଜୋନ ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ୭୫ମିଟର ପରିଧି ମଧ୍ୟରେ ଉଚ୍ଛେଦ ଅଭିଯାନ ଅବ୍ୟାହତ ରହିଛି । ସୋମବାର ଜେସିବି ମେସିନ ସହାୟତାରେ ଆଚାରୀ ମଠକୁ ଭାଙ୍ଗି ଦିଆଯାଇଛି । ଏଥି ସହିତ ଖଜାପଟିରେ ଥିବା ଦୋକାନଘର ଗୁଡିକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ ଘର ଖାଲି କରି ଦେବା ଲାଗି ନୋଟିସ ଦିଆଯାଇଥିଲା । ତଦନୁଯାୟୀ ବ୍ୟବସାୟୀମାନେ ଦୋକାନ ଘର ସବୁ ଖାଲି କରିଦେଇଥିଲେ । ଉଚ୍ଛେଦ ଅଭିଯାନ ସମୟରେ ମାଜିଷ୍ଟ୍ରେଟଙ୍କ ସହ ବହୁ ସଂ୍ୟଖକ ପୁଲିସ ଉପସ୍ଥିତଥିଲେ ।

Leave A Reply