Odisha news

ପ୍ରେମିକା ଜାଗାରେ ବିଧବା ଭାଉଜ ସହିତ କରାଇ ଦିଆଗଲା ବିବାହ ତାପରେ….

0

ନୂଆଦିଲ୍ଲୀ : ଝାରଖଣ୍ଡର ରାମଗଡ଼ ଜିଲ୍ଲାରେ ଗୋଲା ଥାନା ଅଂଚଳରେ ଗୋଟିଏ ଘଟଣା ଘଟି ଯାଇଛି l ସେହି ସ୍ଥାନର ଲବ କୁମାର ନାମକ ବ୍ୟକ୍ତି ଗାଁର ଏକ ବ୍ୟକ୍ତିଙ୍କ ବିବାହିତା ଝିଅକୁ ପ୍ରେମ କରୁଥିଲେ l ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ,ଅକ୍ଟୋବର ୧୭ ତାରିଖ ଦିନ ଲବ କୁମାରଙ୍କୁ ଝିଅ ଜଣଙ୍କ ନିଜ ଶଶୁର ଘରକୁ ଡାକିଲେ l ଝିଅ ଜଣଙ୍କ ନାମ ହେଉଛି ବେବି ମିଶ୍ରl ,ବେବୀଙ୍କ ଶଶୁର ଘର ଲୋକ ଲବ କୁମାରଙ୍କୁ ବଡ଼ିଆ ପିତା କରିବା ସହିତ ବଳତ୍କାରର ଆରୋପ ଲଗାଇଥିଲେ l ଲବ କୁମାର କୌଶଳ କ୍ରମେ ସେଠାରୁ ଜୀବନ ବଞ୍ଚାଇ ପଳାଇ ଆସିଥିଲେ l

ବେବି ମିଶ୍ରlଙ୍କ ସ୍ୱାମୀ ଲବଙ୍କ ଉପରେ ତାଙ୍କ ପତ୍ନୀକୁ ଅପହରଣ କରିବା ମାମଲାରେ ଅଭିଯୋଗ କରିଥିଲେ ,ଯେବେକି ତାଙ୍କର ପତ୍ନୀ ନିଜ ଘରେ ଥିଲେ l ଅକ୍ଟୋବର ୩୧ ତାରିଖ ଦିନ ସେହି ବିବାହିତା ମହିଳାଙ୍କ ସ୍ୱାମୀ ଓ ତାଙ୍କର ପରିଜନ ଲବ କୁମାରଙ୍କ ଗରାମକୁ ଯାଇ ପଞ୍ଚାୟତରେ କିଛି ନିଷ୍ପତି ନିଆଯାଉ ବୋଲି କହିଥିଲେ l ପଞ୍ଚାୟତରେ ଏକଲକ୍ଷ ୨୫ ହଜାର ଟଙ୍କାର ଜୋରିମାନା ନିଅ ଯାଇଥିଲା l ଏହା ପରେ ଲବ କୁମାରଙ୍କୁ ପଞ୍ଚାୟତରେ ତାଙ୍କ ବିଧବା ଭାଉଜ ସହିତ ଜବରଦସ୍ତ ବିବାହ କରାଇ ଦିଆଗଲା l ଲବ କୁମାର ଏହି ବିବାହକୁ ନେଇ ଅତ୍ୟନ୍ତ ଦୁଃଖିତ ଥିଲେ l

ମଙ୍ଗଳ ବାର ଦିନ ଘରେ କେହି ନଥିବା ବେଳେ ଲବ କୁମାର ରସି ଲଗାଇ ଆତ୍ମହତ୍ୟା କରିଥିଲେ l ଏହାପରେ ଘରଲୋକ ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ l ଲବ କୁମାରଙ୍କ ଭାଉଜ ରୀନା କହିଥିଲେ ଯେ ମୋ ଦିଅରଙ୍କୁ ନେଇ ପଞ୍ଚାୟତରେ ବହୁତ ଚାପ ପକାଯାଇଥିଲା l ମୋ ଦିଅର ମତେ କହୁଥିଲେ ଭାଉଜ ମତେ ରକ୍ଷାକର କିନ୍ତୁ ପଞ୍ଚାୟତ ମୋ ଦିଅରକୁ ମାଡମାରି ଜବରଦସ୍ତ ମୋ ମଥାରେ ସିନ୍ଦୁର ଲଗାଇବାକୁ କହିଲେ l ବର୍ତ୍ତମନ ଲବ କୁମାରଙ୍କ ପରିବାର ଲୋକେ ପଞ୍ଚାୟତ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି l

Nalco
Leave A Reply