Odisha news

ବିବାହ ବିଚ୍ଛେଦ ପରେ ପିଲାଙ୍କ ଦାଇତ୍ୱ ନେବାପାଇଁ ସ୍ୱାମୀ ସ୍ତ୍ରୀ ହେଲେ କୋର୍ଟର ଦ୍ୱାରସ୍ଥ : ଜଜ କହିଲେ କରାଇଦିଅ ବିବାହ

0

ନୂଆଦିଲ୍ଲୀ : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଲାହୋର ହାଇକୋର୍ଟ ଗୋଟିଏ ବିବାହ ବିଚ୍ଛେଦ ଦମ୍ପତିଙ୍କୁ ଛୁଆ ମାନଙ୍କର କଷ୍ଟଡି ପାଇଁ ଦାୟର ହୋଇଥିବା ଦୟା ଯାଚିକା  ଉପରେ ଶୁଣାଣି କରି କହିଛନ୍ତି କି  ସେ ଦୁଇଜଣ ବିବାହ ବିଛେଦରେ ଲଢେଇ କରିବା ବଦଳରେ ନିଜ ଝିଅର ଯଥାଶୀଘ୍ର ବିବାହ କରାଇ ଦିଅନ୍ତୁ l ଲାହୋର ହାଇକୋର୍ଟର ଜଜ ଝିଅର ପିତାଙ୍କୁ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ ଗୋଟିଏ ଆଲଗତା ଘରର ବ୍ୟବସ୍ଥା କରିବା ପାଇଁ ଯେଉଁଠାକୁ ପିତା ମାତା ଯାଇ ନିଜ ପିଲାଙ୍କ ସହିତ ସାକ୍ଷାତ କରି ପାରିବେ l ମିଳିଥିବା ସୂଚନା ନୁସରେ ଲାହୋର ହାଇକୋର୍ଟରେ ଜଣେ ଛାଡପତ୍ର ପାଇଥିବା ମହିଳା ଯାଚିକା ଦାୟର କରିଥିଲେ ଯେ ତାଙ୍କୁ ତାଙ୍କର ପିଲା ମାନଙ୍କର ଦାଇତ୍ୱ ଦିଆଯାଉ l

କାରଣ ତାଙ୍କ ପିଲାମାନେ ନିଜ ପିତା ଓ ସାବତ ମା ସହିତ ଖୁସିରେ ନାହାନ୍ତି l ବିବାହ ବିଚ୍ଛେଦ ପରେ ଉଭୟ ପିତା ମାତା ମଧ୍ୟ ଦୁତୀୟା ବିବାହ କରିଥିଲେ l କୋର୍ଟରେ ଶୁଣାଣି ସମୟରେ ଜଜ ପଚାରିଥିଲେ ଯେ କିପରି ଭାବରେ ଗୋଟିଏ ଏତେବଡ଼ ଝିଅକୁ ନିଜର ମା ସହିତ ରହିବ ପାଇଁ ଆଦେଶ ଦେବେ ,ଯିଏକି ଗୋଟିଏ ଅଜଣା ପୁରୁଷ ସହିତ ରହୁଛି l କାରଣ ଭବିଷ୍ୟତରେ ଝିଅଟିର ବିବାହ ସମୟରେ କିଛି ଅସୁବିଧାର ସମ୍ମୁଖୀନ ହେବl ପାଇଁ ପଡି ପରେ ତେଣୁ ପୁଅ ଓ ଝିଅଙ୍କୁ ଅଲଗା ଘର ନେଇ ସେଠାରେ ରଖାଯାଇ ପାରିବ ଓ ପିତା ମାତା ଚାହିଁଲେ ସେଠାରେ ଯାଇ ନିଜ ପିଲାମାନଙ୍କୁ ଦେଖା କରି ପାରିବେ l

ଏହି ମାମଲାରେ ଶେଷ ଶୁଣାଣି ଶୁକ୍ରବାର ଦିନ ହୋଇଥିଲା ,ଜଜ ନିଜର ଫଇସଲା ଶୁଣାଇବା ପୂର୍ବରୁ ଝିଅଟି କାନ୍ଦି କାନ୍ଦି କହିଥିଲା ଯଦି ଅଦାଲତ ମୋତେ ମୋ ମା ସହିତ ରହିବାକୁ ଅନୁମତି ଦେବେ ନାହିଁ ତେବେ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି l କାରଣ ମୁଁ ଅନେକ ଦିନରୁ ମାନସିକ ଦୁଶ୍ଚିନ୍ତାରେ ରହୁଛି ଓ ମୋ ସାବତ ମା ମତେ ବହୁତ ହଇରାଣ କରୁଛନ୍ତି l ଏହାପରେ ଜଜ ସମସ୍ତ କଥାଶୁଣି କହିଥିଲେ  ଏହି ଝିଅର ଭବିଷ୍ୟତ ପାଇଁ ଆପଣ ମାନଙ୍କୁ ଝିଅ ବିଷୟରେ ଭାବିବାକୁ ପଡିବ l ଯଦି ଝିଅ ଆଗକୁ କିଛି ଭୁଲ ପଦକ୍ଷପ ନେଲା ଓ ନିଜର ଜୀବନ ହରାଇ ଦେଲା ତେବେ ଆପଣ ମାନେ ହିଁ ଦୋଷୀ ହେବେ  l ତେଣୁ ଯଥାଶୀଘ୍ର ଝିଅଟିର ବିବାହ କରାଇବାର ବ୍ୟବସ୍ତା କରନ୍ତୁ l

Leave A Reply