ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୫ ତାରିଖ ଦିନ ପୋଲିସ ଗୁଳିରେ ୪ ଜଣ ଓ ୬ ତାରିଖରେ ଆଉ ଜଣେ ମାଓବାଦୀର ମୃତୁ୍ୟ ଘଟିଥିଲା । ହେଲେ ସରକାରୀ ନିତି ନିୟମ ପ୍ରକାରେ ପ୍ରତ୍ୟେକଙ୍କ ଶବ ବ୍ୟବଛେଦ ପରେ ସେମାନଙ୍କର ମୃତ ଦେହକୁ ତାଙ୍କ ପରିବାର ଲୋକଙ୍କ ଆସି ନବୋପାଇଁ ଘଟନାର ୭୨ ଘଣ୍ଟା ଅପେକ୍ଷା କରାଯିବା ସହିତ ଅଧିକ ଆଉ କିଛି ସମୟ ଅପେକ୍ଷା କରାଯିବାପରେ ସେମାନଙ୍କର ଶବକୁ ସଂସ୍କାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ଜିଲା ପୋଲିସ ପକ୍ଷରୁ ।
ତେବେ, ମାଲକାନଗିରିର ମାଓନେତା ଶୁକ୍ରୁ ଓରଫ କୋଷା ସୋଡିର ସାନଭାଇ ଗତକାଲି ଆସି ଦାବୀ ଜଣାଇବା ପରେ ପୋଲିସ ଶୁକ୍ରୁର ଶବ ହସ୍ତାନ୍ତର କରିଥିବା ବେଳେ ଅନ୍ୟ ୩ ଜଣଙ୍କ ଶବକୁ ଷ୍ଟାଡିୟମ ପାଖରେ ପୋତି ଦେଇଛି ପୋଲିସ । ସେହିପରି ଆଜି ରଖାଯାଇଥିବା ଆଉ ଜଣେ ମାଓବାଦୀର ପରିଚୟ ନମିଳିବାରୁ କିମ୍ବା ତାର କେହି ପରିବାର ଲୋକେ ନଆସିବାରୁ ତାର ଶବକୁ ମଧ୍ୟ ପୋତି ଦିଆଯାଇଛି ପୋଲସ ବିଭାଗ ଦ୍ୱାରା ।
