କେରଳ: କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଚାରି ଦିନ ବିଳମ୍ବ ହେବାର ସମ୍ଭାବନା ଥିବା କଥା ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି। ଅର୍ଥାତ୍ ଜୁନ୍ ୫ ତାରିଖ ଦିନ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଏହି ଆଗୁଆ ପାଣିପାଗ ଟୁଇଟ୍ କରି ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ଟୁଇଟ୍ ଅନୁସାରେ, ସ୍ବାଭାବିକ ଭାବେ ଜୁନ୍ ୧ ତାରିଖ ଦିନ କେରଳରେ ପହଞ୍ଚୁଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଏ ବର୍ଷ ସାମାନ୍ୟ ବିଳମ୍ବରେ ପହଞ୍ଚିବ।
Forecast for the 2020 SW Monsoon Onset over Kerala
This year, the onset of s-west monsoon over Kerala is likely to be slightly delayed as compared to normal date of onset of 1st June. Its onset over Kerala this year is likely to be on 5th June with a model error of ± 4 days.
ଏହାଛଡ଼ା ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହା ନିକଟବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍ମାର୍କରେ ପରିଣତ ହୋଇଛି। ଅର୍ଥାତ୍ ଲଘୁଚାପ ଅବପାତରେ ପରିଣତ ହେବାକୁ ଆଉ ଗୋଟିଏ ପାଦ ବାକି ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଶୁକ୍ରବାର ଦିନ ଲଘୁଚାପ ଘନୀଭୂତ ହୋଇ ଶନିବାର ସନ୍ଧ୍ୟାସୁଦ୍ଧା ବାତ୍ୟାରେ ପରିଣତ ହେବ।