* ନ୍ୟୂଡ଼ ର୍ରେସ୍ତୁରାଣ୍ଟ-ମେନ୍ ହେଟେନ୍ରେ ଏମିତି ଏକ ର୍ରେସ୍ତୁରାଣ୍ଟ ଅଛି ଯେଉଁଠାରେ ଲୋକମାନେ ମାସକୁ ଥରେ ବିନା କପଡ଼ାରେ ଖାଦ୍ୟ ଖାଇବାକୁ ଯାଇଥାନ୍ତି l ଏହି ହୋଟେଲର ଡିନର ପାର୍ଟି ମାସକୁ ଥରେ ଆୟୋଜନ କରାଯାଏ ନିୟମ ମୁତାବକ ଲୋକମାନେ ଉଲଗ୍ନ ହୋଇ ଖାଇବାକୁ ଯାଆନ୍ତି l
* ୱେଏଟରସ୍ ମାନେ ଗାଳିଦେଇ ଖାଦ୍ୟ ପରିବେଷଣ କରନ୍ତି -ଆମେରିକାରେ ଏମିତି ଏକ ହୋଟେଲ ଅଛି ଯେଉଁଠାରେ ୱେଏଟରସ୍ ମାନେ ଗ୍ରାହକ ମାନଙ୍କୁ ଗାଳିଦେଇ ଖାଦ୍ୟ ପରିବେଷଣ କରନ୍ତି l ଏହି ହୋଟେଲର ନିୟମ ଅନୁସାରେ ଗ୍ରାହକ ମାନଙ୍କୁ ପାଟି ଚୁପ ରଖି ଖାଦ୍ୟର ଆନନ୍ଦ ନେବା ଆବଶ୍ୟକ l
* ପରୀ ରାଇଜ -ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ମଧ୍ୟ ହୋଟେଲ ଅଛି ଯାହା ପରୀ ରାଇଜର କାହାଣୀ ପରି ଲାଗିବ l ଏମିତି ଏକ ହୋଟେଲ ଜାପାନ ଦେଶରେ ଅବସ୍ଥିତ l ଏହି ହୋଟେଲ କୁ ଏମିତି ବନା ହୋଇଛି କାନ୍ଥ ଠାରୁ ନେଇ କପ୍ ପ୍ଲେଟ ଓ ୱେଏଟରସ୍ ପଯ୍ୟନ୍ତ ସବୁକିଛି “ଫେରିଟେଲସ “ର ଦୁନିୟା ପରି ଲାଗିବ l
* କବରୀସ୍ତାନ ଭିତରେ ହୋଟେଲ -ଆପଣ ମାନେ ବୋଧହୁଏ ଜାଣି ନଥିବେ ଆମ ଦେଶର ଅହମଦାବାଦ୍ ରେ “ନିୟୁ ଲକି “ନାମକ ହୋଟେଲ ଯାହା କବରୀସ୍ତାନ ଭିତରେ ଅବସ୍ତିତ l ଏହି ହୋଟେଲ ତଳେ ବହୁ ବର୍ଷରୁ ହଜାର ହଜାର ଲୋକଙ୍କୁ ମାଟି ତଳେ କବର ଦିଆ ଯାଇଛି l ଏକଥା ଜାଣିବା ପରେ ମଧ୍ୟ ଖାଇବା ପାଇଁ ଲୋକ ମାନଙ୍କର ଖୁବ ଭିଡ ଜମେ l
* ଗୀତ ଗାଇ ଗାଇ ଖାଦ୍ୟ ଖାଉଥିବା ହୋଟେଲ -ଯଦି ଆପଣ ମାନେ କେବେ ଗୀତ ଗାଇ ଗାଇ ଖାଦ୍ୟ ଖାଇବାକୁ ଚାହୁଁ ଥାନ୍ତି ,ତେବେ ପ୍ୟାରିସ କିମ୍ବା ଲଣ୍ଡନ ଯାଆନ୍ତୁ l ଏଠାରେ ଏମିତି ହୋଟେଲ ଅଛି ଯେଉଁଠିକି ଲୋକମାନେ ଗୀତ ଗାଇ ଖାଇବାର ମଜା ଉଠାନ୍ତି l
* ଗୁମ୍ଫା ରେ ତିଆରି ହୋଟେଲ -ଚିନ ଦେଶର ହୁବି ରେ ଏକ ହୋଟେଲ ଅଛି ଯାହାକୁ ଗୁମ୍ଫା କାଟି ତିଆରି କରାଯାଇଛି l ଏହି ହୋଟେଲ ଆଡକୁ ଆମେ ଯେତେବେଳେ ବି ଦେଖିବା ଲାଗିବ ଯେପରି ଲୋକ ମାନେ ବାହାରକୁ ବାହାରୁଛନ୍ତି l
* ଏକୁଟିଆ ଗଲେ ଖାଦ୍ୟ ମିଳୁଥିବା ହୋଟେଲ -ଦୁନିଆରେ ଏମିତିବି ହୋଟେଲ ଅଛି ଯେଉଁଠାକୁ ଖାଇବା ପାଇଁ ଏକୁଟିଆ ଯିବାକୁ ପଡେ l ଏମଷ୍ଟlର ଡ୍ୟାମ ରେ ଇନମଲ ହୋଟେଲ କୁ ଆପଣ ଯଦି କାହାକୁ ସାଙ୍ଗରେ ନେଇ ଯିବେ ତେବେ ଆପଣଙ୍କୁ ଖାଇବାକୁ ଅନୁମତି ମିଳିବ ନାହିଁ l ତେଣୁ ଏଠାକୁ ଏକୁଟିଆ ଯାଇ ଖାଇବାକୁ ପଡିଥାଏ l
* ୫ ବର୍ଷ ପୂର୍ବରୁ ପ୍ଲାନ କରିବାକୁ ପଡେ -ନିୟୁ ୟର୍କ ରେ ସେକ ଡେମନ ହୋଟେଲ ରେ ଯଦି ଖାଇବାକୁ ଇଛା କରିଛନ୍ତି ତେବେ ୫ ବର୍ଷ ପୂର୍ବରୁ ସିଟ ରିଜର୍ଭ କରିବାକୁ ପଡିବ ନହେଲେ ଏଠାରେ ଆପଣଙ୍କୁ ଟେବୁଲ ମିଳିବ ନାହିଁ l