Odisha news

ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜାନରେ ଦୁର୍ନିତିର ଗନ୍ଧ

0

ହାଟଡିହି : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନିତିର ଗନ୍ଧ ବାରିହୋଇ ପଡୁଛି । ଏହି ପଞ୍ଚାୟତରେ ଏବେ ମନରେଗା ଯୋଜନା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜଣେ ଜଣେ ବ୍ୟକ୍ତି ପୁର୍ବରୁ ଲ୍ୟାଣ୍ଡ ଡେଭଲପମେଣ୍ଟ, ମୋ ପୋଖରୀ ଯୋଜନାରେ ସାମିଲ ହୋଇଥିବାବେଳେ ଏବେ ପୁନର୍ବାର ନିଜ ନାମ ସହିତ ନିଜ ନିଜର ସମ୍ପର୍କୀୟଙ୍କ ନାମରେ ମଧ୍ୟ ଗୋଟିଏ ଗୋଟିଏ ପ୍ରକଳ୍ପ ହାତେଇବାରେ ସକ୍ଷମ ହୋଇଛନ୍ତି ।

ଏହି ଯୋଜନାରେ ଜଣେ ବ୍ୟକ୍ତି ଗୋଟିଏ ଯୋଜନାରେ ସାମିଲ ହୋଇପାରିବା ନିୟମ ଥିବାବେଳେ କିପରି ବର୍ଷକୁ ବର୍ଷ ଏହି ଯୋଜନାକୁ ହାତୋଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କେତେକ ପ୍ରକଳ୍ପର କାମ ଆରମ୍ଭ ହୋଇନଥିବାବେଳେ  କାମ ହେଉଥିବା ଦର୍ଶାଇ ମଷ୍ଟରରୋଲ ବାହାର କରି ଶ୍ରମିକ କାମ କରୁଥିବା ନେଇ ମଜୁରୀ ପଡିସାରିଲାଣି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ଏବାବଦରେ ଜାଣି ନଥିବା କହୁଥିବାବେଳେ ପଞ୍ଚାୟତର ଜିଆରଏସ ମଧ୍ୟ କାମ ବାବଦରେ ସମ୍ପୁର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି । ସେହିପରି ସରପଞ୍ଚଙ୍କୁ ପଚାରିବାରେ କେଉଁଠି କଣ କାମ ହେଉଛି ତାହା ତାଙ୍କୁ ଜଣାଯାଉ ନାହିଁ ବୋଲି କହିଛନ୍ତି । ବ୍ଲକରୁ କାମ ବାହାରୁଛି ବ୍ଲକରେ ମଷ୍ଟରଣୋଲ ଏଣ୍ଟ୍ରି ହେଉଛି ତେଣୁ ଆମେ କିପରି ଜାଣିବୁ ବୋଲି ସରପଞ୍ଚ କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ  ଯଦି ମନରେଗା କାମ ବାବଦରେ ଜିଆରଏସ କିମ୍ବା କନିଷ୍ଠଯନ୍ତ୍ରୀ ଜାଣି ନାହାନ୍ତି ତେବେ କାର୍ଯ୍ୟାଦେଶ କିଏ ଦେଉଛି ଓ କିପରି ପଞ୍ଚାୟତରେ କାର୍ଯ୍ୟ ହେଉଛି ତାହାର ତଦନ୍ତ ହେବା ନିହାତି ଜରୁରି ବୋଲି ସାଧାରଣରେ ଦାବି ହେଉଛି ।

 

Leave A Reply