ଦଶରଥପୁର : ଅଶୋକ ଦାସ ଫାଉଁଡେସନ ଯାଜପୁର ପକ୍ଷରୁ ଦଶରଥପୁର ବ୍ଲକ ର ବିଭିନ୍ନ ପଂଚାୟତ ,ବଡବଡ ବଜାର ରେ କୋରୋନା ର ମୁକାବିଲା କରିବା ପାଇଁ ସଚେତନତା ଭଳି ସମୁଚିତ ପଦକ୍ଷେପ ନିଆ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ଶନିବାର ମଙ୍ଗଳପୁର ବଜାର କମିଟି ପକ୍ଷରୁ ବଜାର ସଫେଇ ଭଳି ଏକ ଗୁରୁତ୍ୱ ପୁର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଜାର ର ଉପନିବନ୍ଧକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ,ବଜାର ର ବିଭିନ୍ନ ସ୍ଥାନରେ ଯମା ହୋଇଥିବା ଗଦାଗଦା ଅଳିଆ କୁ ଉଠାଇ ଅନ୍ୟ ସ୍ଥାନରେ ଫୋପାଡିବା ଓ ଅଳିଆ ଗୁଡିକରେ ନିଆଁ ଲଗାଇବା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା ।
। ବିଭିନ୍ନ ସ୍ଥାନରେ ବ୍ଳିଚିଂ ପାଉଡର ପକା ଯିବା ସନ୍ତ ସନ୍ତିଆ ସ୍ଥାନ ମାନଙ୍କରେ ସଫାକରି ବ୍ଲିଚଂ ପାଉଡର ପକା ଯାଇଥିଲା । ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତ ତଥା ଛକବଜାରରେ କୋରୋନା ସଚେତନତା ଆଣିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଶୋକଦାସ ଫାଉଁଡେସନ ପକ୍ଷରୁ ମଙ୍ଗଳପୁର ବଜାର ବ୍ୟବସାୟୀ ସଂଘ ଆନୁକୁଲ୍ୟରେ ପ୍ରଚାର କରାଯାଇଥିଲା । ଦେଶ ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କର ରେଜିଷ୍ଟ୍ରେସନ କରିବା, ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କରି ରହିବା ,ସେମାନେ ବ୍ୟବହାର କରୁଥିବା ଜିନିସ ପତ୍ର କୁ ସଫାକରୁଥିବା ବ୍ୟକ୍ତି ମଧ୍ୟ ନିଜକୁ ସଚେତନ ରଖି କାର୍ଯ୍ୟ କରିବା ଆଦି ପ୍ରଚାର କରାଯାଇଥିଲା । କରୋନା ଭଳି ସଂକ୍ରାମକ ରୋଗର ଚିକିତ୍ସା ପାଇଁ ଔଷଧ ଆବିଷ୍କାର ହୋଇନଥିଲେ ମଧ୍ୟ ନିଜେ ଏବଂ ସମସ୍ତ ବ୍ୟକ୍ତି ଉପଚାର ଉପରେ ଗୁରୁତ୍ୱ ଦିଆଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବଜାରକମିଟି ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ଅକ୍ଷୟ ପାତ୍ର,ସଂପାଦକ ଭରତ ଚନ୍ଦ୍ର ଦାଶ,ପରିକ୍ଷିତ ରାୟ(ଟନିବାବୁ) ,ଖିରୋଦ ଶତପଥି,ଥାଲକୁଡି ସରପଂଚ ଆନନ୍ଦଚନ୍ଦ୍ର ବାରିକ, ଥାଲକୁଡି ବିଜୁଯୁବଜନତା ଦଳ ପକ୍ଷରୁ ବିଜୟ ପାତ୍ର,ଲିଟନ ସାହୁ ,ଲିଟନ ଦଳାଇ ,ଅଭୟ ବିଶ୍ୱାଳ ,ଇଶ୍ୱରପୁର ପୁର୍ବତନ ସରପଂଚ ରାଜାରାମ ସାମଲ,ମଙ୍ଗଳପୁର ସରପଂଚ ଶିଶିରକୁମାର ଧଳ,ପାଲଟପୁର ସରପଂଚଙ୍କ ପ୍ରତିନିଧି ବିପିନ ରାୟ ,ଧିରେନ୍ଦ୍ର ମଲ୍ଲିକ ,ଥାଲକୁଡି ର ପୁର୍ବତନ ସମିତି ସଭ୍ୟ ଶରତ ଜେନା ,ସୁସୁଆ ପଚଂୟତ ବିଜୁ ଜନତା ଦଳ ସଭାପତି ରମାକାନ୍ତ ସାମଲ, ମଙ୍ଗଳପୁର ପୁର୍ବତନ ସରପଂଚ ଅଭିମନ୍ୟୁ ମହାନ୍ତି ,ବିଜୁଜନତା ଦଳର ଯୁବନେତା ପ୍ରଦୀପ ମହାପାତ୍ର (ଦିପୁ),ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଅନିଲ ରାୟଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ,ଜ୍ୟୋତିପ୍ରକାଶ ଧଳ ,ମାନସରଂଜନ କୁଣ୍ଡୁ ଙ୍କ ସମେତ ଅର୍ଦ୍ଧଶତାଧିକ ଯୁବକ ଏହିକାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ସମସ୍ତଙ୍କୁ ମାକ୍ସ ଦେବା ,ପ୍ରାୟ କର୍ମୀ ମାନେ ହାତରେ ଗ୍ଲୋବସ ଲଗାଇ ସଫେଇ କାର୍ଯ୍ୟ କ୍ରମ କରୁଥିବାର ଦେଖାଯାଇଥିଲା । ଅଶୋକଦାସ ଫାଉଁଡେସନ ପକ୍ଷରୁ କର୍ମ କର୍ତ୍ତା ବିଶିଷ୍ଠ ସମାଜସେବୀ କର୍ଣ୍ଣାଟକେଶରୀ ଦାସ,ଜିଲ୍ଲାପରିଷଦ ସଭ୍ୟ ତଥା ବିଜୁ ଜନତାଦଳର ଜିଲ୍ଲା ସଭା ପତି ସରୋଜ କୁମାର ମହାପାତ୍ର ପ୍ରମୁଖ ବ୍ଲକର ସମସ୍ତ ଅଂଚଳ ବୁଲି ବୁଲି ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖାଯାଇଛି ।