Odisha news

ମା ମଙ୍ଗଳାଙ୍କ 5ମ ପାଳିଯାତ୍ରା ଶେଷ : ବିଶେଶ୍ୱରୀ ବେଶରେ ଦର୍ଶନ ଦେଲେ ମା , ଝାମୁରେ ଚାଲିଲେ ପାଟୁଆ ସେବକ ଲକ୍ଷାଧିକ ଭକ୍ତ ଙ୍କ ସମାଗମ

0
କାକଟପୁର : କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ଝାମୁ ଯାତ୍ରା ର ଆଜି ଥିଲା 5ମ  ପାଳି ଯାତ୍ରା l ରାତ୍ର ଦୁଇ ଘଟିକା ଠାରୁ ମନ୍ଦିର ପହୁଡ଼ ଫିଟା  ଯାଇ ସ୍ନାନ ମାର୍ଜନା କରାଯିବା ପରେ ମାଙ୍କୁ ବିଶେଶ୍ୱରୀ ବେଶରେ ସଜିତ କରାଯାଇଥିଲା l   ସୂର୍ଯ୍ୟ ପୂଜା ବଲ୍ଳଭ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା l
ମାଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ଲକ୍ଷଧିକ ଭକ୍ତ ବାରିକେଟରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚନା  କରିଥିଲେ  l  ଅପରାହ୍ନ ଗୋଟାଏ ବେଳକୁ ଝଙ୍କଡ଼ ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମାଙ୍କ ଆଜ୍ଞାମାଳ  ନେଇ ମନ୍ଦିର ସମୁଖରେ ଅଗ୍ନି ପୂର୍ଣ୍ଣ ଗର୍ତ୍ତରେ ଚାଲି ଥିଲେ l ଏହାକୁ ଝାମୁ ଚାଲିବା କୁହନ୍ତି  l
ଅପରାହ୍ନ ତିନି ଘଟିକା ବେଳକୁ ମାଙ୍କ ର ଭଣ୍ଡ ଧୂପ ନୀତି ଅନୁଷ୍ଠିତ ହେବା ପରେ ପହୁଡ଼ ପଡିଥିଲା l ସନ୍ଧ୍ୟାରେ  ସନ୍ଧ୍ୟା ଆଳତି କରାଯାଇ ମାଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇଥିଲା l ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ମାଙ୍କୁ ଚୁଡା ଘସା ଓ ଗଜା ମଣ୍ଡା  ଭୋଗଲାଗି କରିଥିଲେ, ରାତ୍ର ର ବିଳମ୍ବିତ ପ୍ରହର ରେ ଖମାରେଈ ସେବକ  ଙ୍କୁ କାଳି  ବେଶରେ ସଜିତ କରାଯିବା ପରେ ମାଙ୍କ ଆଜ୍ଞା ମାଳ ଓ ଖଡ଼ଗ  ଗ୍ରହଣ କରିବା ପରେ ନାଚି ନାଚି ବେଢା ପରୀକ୍ରମା କରି ଥିଲେ l ଏହି କାଳିକା ନୃତ୍ୟ ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଅଛି l ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା l ଆଜିର ପୂଜା ପଣ୍ଡା ଭାବେ ହେମନ୍ତ ପାଢ଼ୀ, ପାଳିଆ ସେବକ ଭାବେ ମାନସ ଦୀକ୍ଷିତ ଦାୟିତ୍ୱ ତୁଲାଇଥିଲେ l
Leave A Reply