Odisha news

ମୋଦିଙ୍କର ଅଭିନନ୍ଦନ ସନ୍ଦେଶ ପାଇ ମମତା ବାନାର୍ଜୀ କହିଲେ ଏହା ପ୍ରଥମଥର ହେଲା କୌଣସି ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ TMC ପ୍ରଚୁର ବିଜୟ ଲାଭ କରି ସରକାର ଗଢିବା ପାଇଁ ପ୍ରସ୍ତୁତ ହେଉଛି l ଚଳିତ ଥର ମଧ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପାଦ ଗ୍ରହଣ କରିବେ l ଷୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମମତା ବାନାର୍ଜୀଙ୍କ ଅଭିନନ୍ଦନ ଜଣାଇଥିଲେ l ପ୍ରଧାନମନ୍ତ୍ରୀ ଟ୍ଵିଟରେ ଲେଖିଥିଲେ ଯେ ” ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ଲାଭ ପାଇଁ ମମତା ଦିଦିଙ୍କୁ ଅଭିନନ୍ଦନ l କରୋନା ବିରୁଦ୍ଧରେ ବିଜୟ ଲାଭ କରିଥିବା ଓ ଲୋକ ମାନଙ୍କର ଆଶାକୁ ପୁରାଣ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହଯୋଗ ଜାରି ରହିବ l ”

ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଥମଥର ପାଇଁ ମୋର ଜିତିବାକୁ ନେଇ କୌଣସି ପ୍ରଧାନମନ୍ତ୍ରୀ ଫୋନ କରି ନାହାନ୍ତି l ପଶ୍ଚିମବଙ୍ଗ ବିଧାନସଭା ମତଦାନ ପ୍ରଚାର ସମୟରେ TMC ଓ ବିଜେପି ନେତା ମାନେ ଉଭୟ ଉଭୟଙ୍କୁ ଖୁବ ଅକ୍ଷପ କରିଥିଲେ l ଇତି ମଧ୍ୟରେ ଫଳାଫଳ ଜଣାପଡିବା ପରେ TMC ବିଜୟ ଲାଭ କରିଥିଲା l ସମୁଦାୟ ୨୯୨ ଟି ସିଟରୁ ୨୧୩ ଟି ସିଟ TMC କୁ ମିଳିଥିଲା l ଗୃହମନ୍ତ୍ରୀ ଅମିତ ସହ କହିଥିଲେ ୨୦୦ ରୁ ଅଧିକ ସିଟରେ ବିଜେପି ଜୟଲାଭ କରିବା କିନ୍ତୁ ତାହା ୭୭ ଟି ସିଟରେ ସୀମିତ ରହି ଯାଇଥିଲା l ଆଉ ଦୁଇଟି ସିଟ ଅନ୍ୟ ଦଳଙ୍କୁ ମିଳିଥିଲା l

Leave A Reply