Odisha news

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ବିବାଦ : ମମତା ବାନାର୍ଜୀ ପ୍ରଧାନ ମନ୍ତ୍ରୀଙ୍କ ଉପରେ ଜନତାଙ୍କୁ ଭ୍ରାମିତ କରିବାର ଆରୋପ ଲଗାଇଲେ

0

ନୂଆଦିଲ୍ଲୀ : ମୋଦି ସରକାର ଓ ମମତା ବାନର୍ଜୀଙ୍କର ମଧ୍ୟରେ ସବେଳେ କଳହ ଜାରି ରହିଥାଏ l  ପ୍ରଧାନ ମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ସମାରୋହରେ ଆକ୍ଷେପ କରିଥିଲେ l ମମତା ମଧ୍ୟ ପଛକୁ ହଟିଲେ ନାହିଁ l ସେ ପ୍ରଧାନ ମନ୍ତ୍ରୀଙ୍କୁ ଆକ୍ଷେପକରି କହିଲେ ପଶ୍ଚିମ ବେଙ୍ଗକୁ ଅଣଦେଖା କରାଯାଉଛି l ପ୍ରଧାନ ମନ୍ତ୍ରୀ ପଶ୍ଚିମ ବଙ୍ଗରେ କିସାନ ସମ୍ମାନ ନିଧିର ପଇସାରୁ ପଶ୍ଚିମ ବଙ୍ଗର ଚାଷୀ ମାନଙ୍କୁ ଦୁରେଇ ରଖୁଛନ୍ତି ବୋଲି ଆରୋପ ଲଗାଇଥିଲେ l  ସେ କହିଥିଲେ ମମତା ବାନାର୍ଜୀ ଚାଷୀଙ୍କ ମାମଲାରେ ମଧ୍ୟ ରାଜନୀତି କରୁଛନ୍ତି l ବର୍ତମାନ ମମତା ବାନାର୍ଜୀ ପୁନର୍ବାର ଦୋଷ ଦେଇ କହିଥିଲେ ଯେ ପ୍ରଧାମ ମନ୍ତ୍ରୀ ଭୁଲ ତଥ୍ୟ ଦେଇ ଚାଷୀ ମାନଙ୍କୁ ଭ୍ରମିତ କରୁଛନ୍ତି l

ମମତା କହିଛନ୍ତି ଯେ ଦେ ଦୁଇ ଥର କେଡିର ସରକାରଙ୍କୁ କିସାନ ସମ୍ମାନ ନିଧିକୁ ନେଇ ପତ୍ରେ ଲେଖି ଛନ୍ତି ଏବଂ ଦୁଇଦିନ ପୂର୍ବରୁ ମଧ୍ୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ କଥା ହୋଇଥିଲେ l ମମତା ଆରୋପ ଲଗାଇଛନ୍ତିଯେ କେନ୍ଦ୍ର ସରକାର ପଶ୍ଚିମ ବଙ୍ଗ ସହିତ ଅସହଯୋଗ କରୁଛି l ମମତା ଆହୁରି କହିଛନ୍ତି ଯେ ଯଦି ପ୍ରଧାମ ମନ୍ତ୍ରୀ ପଶ୍ଚିମ ବଙ୍ଗର ଉନ୍ନତିକୁ ନେଇ ସତରେ ଯଦି ଚିନ୍ତିତ ତେବେ ବାକି ରହିଥିବା ପଚାଶ ହଜାର ଟଙ୍କାକୁ ତୁରନ୍ତ ଜାରି କରନ୍ତୁ l ଏଥିରେ ୮ ହଜାର କୋଟି ଟଙ୍କାର ବାକି ରହିଥିବା gst ମଧ୍ୟ ବାକି ରହିଛି l ପ୍ରଧାନ ମନ୍ତ୍ରୀ ଏହାର ପ୍ରତି ଉତ୍ତରରେ କହିଛନ୍ତି ମମତା ବାନାର୍ଜୀ ପଶ୍ଚିମ ବଙ୍ଗ କୁ ନିଜ ବିଚାର ଧାରାରେ ନଷ୍ଟ କରିଦେଇଛନ୍ତି l ଏହାର ଜବାବରେ ମମତା କହିଛନ୍ତି ପଶ୍ଚିମ ବଙ୍ଗ ଜନତା ବଙ୍ଗଳାକୁ ବଦନାମ କରୁଥିବା ହେତୁ ଏହାର ଜଵାବଦେବେ l

Leave A Reply