ବୋରିଗୁମ୍ମା — କରୋନା ଭାଇରସ ଗାଁ ଠାରୁ ଆରମ୍ଭ କରି ପ୍ରତି କୋଣ ଅନୁକୋଣରେ କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ରାଜ୍ୟ ସରକାର ଏକା ଥରକେ ଚାରି ମାସର ଭତ୍ତା ଦେବାକୁ ନିର୍ଦେଶ ଦେବା ସହ ତିନି ମାସ ର ରାସନ ଚାଉଳ ଏକା ସଙ୍ଗରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବୋରିଗୁମ୍ମା ବ୍ଲକ ପ୍ରଶାସନ ପ୍ରତେକ ହିତାଧିକାରୀ ଙ୍କୁ ଚାରି ମାସର ଭତ୍ତା ପ୍ରଦାନ କରିସାରିଥିବା ବେଳେ ଆଜି ଠାରୁ ତିନି ମାସ ର ରାସନ ଚାଉଳ ର ବଣ୍ଟନ ଆରମ୍ଭ କରିଛନ୍ତି। ପ୍ରତେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ କୁ ଗୁତୁତ୍ୱ କୁ ଦେଇଛନ୍ତି ବ୍ଲକ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା। ଆଜି ହରଦଳି ପଞ୍ଚାୟତ ଅନ୍ତର୍ଗତ ମନହୋର ଗ୍ରାମରେ ରାସନ ଚାଉଳ ର ବଣ୍ଟନ ର ଆରମ୍ଭ ହୋଇଛି। ବିଡିଓ ନିଜେ ଉପସ୍ଥିତ ରହି ସାମାଜିକ ଦୂରତ୍ୱ କୁ ଧ୍ୟାନ ଦେଇଥିଲେ। ପ୍ରତେକ ହିତାଧିକାରୀ ଙ୍କୁ ଟୋକେନ୍ ପ୍ରଦାନ କରାଯାଇଥିଲା। ପ୍ରତେକ ହିତାଧିକାରୀ ରାସନ ଚାଉଳ ନେବା ସମୟରେ ଗରମ ପାଣି ଓ ସାବୁନ ରେ ହାତ ଧୋଇ ଚାଉଳ ନେଉଥିଲେ। ସମସ୍ତେ ଏକ ମିଟର ଦୂରରେ ରହି ଚାଉଳ ନେଉଥିବା ଦେଖା ଦେଉଥିଲା। ମନହୋର ଗ୍ରାମର ୮୦ ଜଣ ହିତାଧିକାରୀ ଙ୍କୁ ଟୋକେନ ବଣ୍ଟନ କରାଯାଇଥିବା ହର ଦଳି ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟସିଂ ଜର ସିଂ କହିଥିଲେ। ସେହିଭଳି ପର୍ଯ୍ୟାୟ କ୍ରମେ ସମାଜିକ ଦୂରତ୍ୱ ରଖି ପଞ୍ଚାୟତ ର ମୋଟ ୧୬୦୫ ଜଣ ହିତାଧିକାରୀ ଙ୍କୁ ରାସନ ଚାଉଳ ବଣ୍ଟନ କରାଯିବ ବୋଲି ପିଇଓ କହିଛନ୍ତି। ଚାଉଳ ବଣ୍ଟନ ସମୟରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରବି ନନ୍ଦ, ଶିକ୍ଷା ବିଭାଗର ଏ ବି ଇ ଓ ସୁବାସ ଚନ୍ଦ୍ର ମାଝୀ, ସରପଞ୍ଚ ଉର୍ମିଳା ମାଝି, ସିଆରସିସି ହରିହର ଶତପଥୀ, ଯୋଗାଣ ସହାୟକ ଗୋପାଳ ଭୂମିଆ, ଅଙ୍ଗନବାଡି କର୍ମୀ ସନମତି ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ।