Odisha news

ଗ୍ରାମାଞ୍ଚଳ ରେ ଲକ ଡାଉନ ର ମହାପ୍ରଭାଵ। କରୋନା ଭାଇରସ କୁ ଡରି ଲୋକେ ତାଟି କବାଟ ଖୋଲୁ ନାହାଁନ୍ତି।

0

ବୋରିଗୁମ୍ମା (ସ.ବ୍ୟୁ)– କରୋନା ଭାଇରସ ଆତଙ୍କ ହିଁ ଆତଙ୍କ ଖେଳାଇ ଦେଇଛି। ବଡ଼ ବଡ଼ ମେଟ୍ରୋ ସିଟି ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। ସହର ରେ ଲୋଜେ ଅତ୍ୟାବଶକ ନ ଥିଲେ ଘରୁ ବାହାରୁ ନ ଥିବା ବେଳେ ଗ୍ରାମାଞ୍ଚଳ ରେ କରୋନା ଭାଇରସ ର ମହାପ୍ରଭାଵ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ ର କେବଳ କିରାନା ଦୋକାନ କୁ ବାଦ ଦେଲେ ଅନ୍ୟ କୌଣସି ଦୋକାନ ଖୋଲୁ ନାହିଁ। ବୋରିଗୁମ୍ମା ବ୍ଲକ ଓଡିଶା ର ବୃହତ ହୋଇଥିବା ବେଳେ ଏହାର ପଞ୍ଚାୟତ ସଂଖ୍ୟା ୩୧। ଏହି ଆଦିବାସୀ ବହୁଳ ବ୍ଲକରେ ଜନ ସଂଖ୍ୟା ଦେଡ଼ ଲକ୍ଷ ରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି। ବ୍ଲକ ର ଜାତୀୟ ରାଜପଥ କଡ଼ରେ ଥିବା ପାର୍ଲି, କାମରା, ଚଳନଗୁଡ ଲକ ଡାଉନ ର ମହାପ୍ରଭାଵ ଦେଖିବାକୁ ମିଳିଛି। ସେହି ଭଳି ବି ସିଂହପୁର, ପୋଡାପଦର,ଚରାମୁଲା, ନାରୀଗାଁ, କାମତା, କୁମୁଲି, ମୁଂଜା, ଗୁମୁଡା, କାଠରଗଡା, ଚମ୍ପପଦର,ନୂଆଗାଁ ଭଳି ଅଞ୍ଚଳରେ ଲକ ଡାଉନ ର ପ୍ରଭାବ ଦେଖାଦେଇଛି।ଏହି ସବୁ ଗ୍ରାମାଞ୍ଚଳ ରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବହୁଳ ଭାବେ ବସବାସ କରୁଥିଲେ ହେଁ ସଚେତନ ଥିବା ଦେଖାଦେଇଛି। ବୋରିଗୁମ୍ମା ବ୍ଲକରେ ଲୋଜେ ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ। ତଥାପି କରୋନା ଭାଇରସ କୁ ଡରି କୌଣସି ସ୍ଥାନରେ ସାପ୍ତାହିକ ହାଟ ବସୁନାହଁ। କିଛି ଯୁବ ପିଡ଼ି ଆଇନ କୁ ଭାଙ୍ଗିଥିବା ଲକ୍ଷ କରାଯାଉଛି। ନିଜ ନିଜ ବାଇକ ରେ ଏଣେ ତେଣେ ବୁଲୁଥିବା ବେଳେ ପୋଲିସ ସେମାନଙ୍କ ବିରୁଦ୍ଧରେ  ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବି ସିଂହପୁର ପଞ୍ଚାୟତ ଅଧିନ ପୋଡାପଦର ଠାରେ କିଛି ଯୁବକ ଭଳିବଲ ଖେଳୁଥିବା ବେଳେ ଠିକ ସମୟରେ ପହଞ୍ଚିଥିଲା। ପୋଲିସ ଦେଖି ଭଲିବଲ ଖେଳାଳି ଛତ୍ରଭଙ୍ଗ ଦେଇଛନ୍ତି। ପୋଲିସ ବଲ ଓ ନେଟ କୁ ଜବତ କରିଛି। ବୋରିଗୁମ୍ମା ପୋଲିସ କେବଳ ସହର ନୁହେଁ ଗ୍ରାମାଞ୍ଚଳ କୁ ଯାଇ ପେଟ୍ରୋଲିଂ କରିଛି। ଗାଁ ଗାଁ ରେ ବୁଲି ଘରୁ ନ ବାହାରିବାକୁ ପରାମର୍ଶ ଦେଉଛି। ଆଜି ସକାଳେ ବୋରିଗୁମ୍ମା ସହରରେ କିଛି ବାଇକ ଆରୋହି ନିୟମ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ବାଇକ ଗୁଡିକୁ ସିଜ କରିଛି।ତେବେ କରୋନା ଭାଇରସ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave A Reply