ରାୟଗଡା,୨୮ ।୩ – କରୋନା ଭାଇରସରୁ କିପରି ଜନସାଧାରଣ ସୁରକ୍ଷିତ ରହିପାରିବେ ସେ ନେଇ ଓଡିଶା ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ତିନିମାସର ଦରମା ରିିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମଧ୍ୟ ୩ ଲକ୍ଷ ଟଙ୍କା ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ରାୟଗଡା ସହରର କିଛି ବୁଦ୍ଧିଜୀବି ଏବଂ ବ୍ୟବସାୟୀ ମାନେ ମଧ୍ୟ ଆଗଭର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେବା ନିମନ୍ତେ । କୁମାର ସନରାଇଜ ସୁନା ଦୋକାନୀ ୫୦ ହଜାର , ଜି.ଆପା ରାଓ ୧୦ ହଜାର ୧୧୬ ଏବଂ ଆଇ ସନ୍ୟାସୀ ରାଓ ୧୧ ହଜାର ଟଙ୍କା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ଗୁଣପୁର ସହରର ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ୨୦ ହଜାର, ଶ୍ରୀମତୀ ଅମ୍ବିକା ରାଣି ମହାପାତ୍ର ୨୧ ହଜାର, ଶାନ୍ତିନୀକେତନ ଜୁନିୟର କଲେଜ ୧୦ ହଜାର, ବିଜୁ ଜନତା ଦଳର ଯୁବ ନେତା ବିଷ୍ଣୁ ପ୍ରସାଦ ପଣ୍ଡା (ପିଙ୍କୁ) ୧୦ ହଜାର ଟଙ୍କା ଏବଂ ରାଜେନ୍ଦ୍ର ପ୍ରସାଦ ଦାସ ୧୦ ହଜାର ଟଙ୍କା ଗୁଣପୁର ଉପଜିଲ୍ଲାପାଳ ବଳିରାମ ବନ୍ଦରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।