Odisha news

ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

0
ମାଲକାନଗିରି :  ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ,ବିଦ୍ଯୁତ ତାର ସହ ବିସ୍ଫୋରକ ଜବତ କରାଯାଇଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ହୃଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି !
ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ମାଲକାନଗିରି ମାଓଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ଡିଭିଏଫ ଯବାନମାନେ କମ୍ବିଂ ଅପରସେନ କରୁଥିବା ସମୟରେ ଆନ୍ଧ୍ର-ଓଡିଶା ସୀମାନ୍ତ ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ,ବିଦ୍ଯୁତ ତାର ଏବଂ ବିସ୍ଫୋରକ ପାଇଥିଲେ !ସେଗୁଡିକ ହେଲା ୫୦ ଟି ଇଲେକ୍ଟ୍ରିକ୍ ଡିଟୋନେଟର,୨୦ କେଜି କୋଡେସ୍କ ତାର,୨ଟି ଆଇଡି,୫୦ ମିଟର ବିଦ୍ଯୁତ ତାର,ଆଲୁମିନିୟମ ସୁପର ପ୍ଲେନ୍ ଡେଟୋନେଟର୍ ୭୦ ଟି,ମାଓ ପୋଷାକ ଏବଂ ମାଓ ପୁସ୍ତିକା ଜବତ କରାଯାଇଛି !
ଏହି ବିସ୍ଫୋକସାମଗ୍ରୀଗୁଡିକ ପରବର୍ତ୍ତୀ ସମୟରେ ନିରିହ ଜନତା ଏବଂ ପୋଲିସ ଯବାନଙ୍କ ବିରୁଦ୍ଧ ପ୍ରୟୋଗ କରାଯାଇଥାନ୍ତା ବୋଲି ମାଲକାନଗିରି ଏସପି ଡି ଖିଲାରୀ ପ୍ରକାଶ କରଛନ୍ତି !ଅନ୍ଯମାନଙ୍କ ମଧ୍ଯରେ ଏସଡିପିଓ ପ୍ରହ୍ଲାଦସାଇ ମୀନା,ଏଏସପି ଜି. ଅଭିଳାଷ ଉପସ୍ଥିତ ଥିଲେ !
Nalco
Leave A Reply