ଵଳଙ୍ଗା, ତା ୨୨/୧୨ : ଵଳଙ୍ଗା ଥାନା ଠାରୁ ମାତ୍ର ୧ଶହ ମିଟର ଦୂର ସମ୍ଭୁଭାରତୀପାଟଣା ଗ୍ରାମ ମାଛ ବ୍ୟବସାୟୀ ରବିନ୍ଦ୍ର ବେହେରାଙ୍କ କେନାଲ ଵନ୍ଧ ନୀକଟରେଥିଵା ବାସଗୃହରୁ ବିଳମ୍ବିତ ରାତ୍ରୀରେ ଏକ ବଡଧରଣର ଡକାୟତି ହୋଇଥିବା ଜଣାପଡିଛି।ଡକାୟତମାନେ ଛାତ ଉପରୁ ସିଡିଘରଦେଇ ଗୃହ ମଧ୍ୟରେ ପ୍ରବେଶ କରି ଏକ ଟ୍ରଙ୍କରେ ଥିବା ଏକ ଲକ୍ଷ ଅଶିହଜାର ଟଙ୍କା, ସୁନା ମୁଦି,ଚେନ,ଏଲ ସିଡି ଟିଭି ମୋବାଇଲ ନେଇଯାଈଥୂଵା ଵଳଙ୍ଗା ଥାନାରେ ଅଭିଯୋଗ କ୍ରମେ ପୋଲିସ ୧୬୦/୨୦ରେ ଏକ ମାମଲା ରୁଜୁ କରି ସାଈଣ୍ଟିଫିକ ଟିମ୍ ସହାୟତାରେ ଆନୁସଙ୍ଗିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ଗତବର୍ଷ ନଭେମ୍ବର ମାସରେ ଏହି ଗ୍ରାମରୁ ପୂର୍ଣ୍ଣଚନ୍ଦ୍ର ସେନାପତି ଙ୍କ ଘରୁ ପାଞ୍ଚଶହ ଗ୍ରାମ ସୁନା,୮ କେଜି ରୂପା, ୪ ଲକ୍ଷ ଟଙ୍କା ଡକାୟତମାନେ ଏହିପ୍ରକାର ତରିକା ରେ ଗୃହରେ ପ୍ରବେଶ କରି ପରିବାରଙ୍କୁ ଭୟଭୀତ କରାଇ ନେଇ଼ଯାଇଥିଵା ଅଭିଯୋଗ ପରେ ତତ୍ କାଳୀନ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ତଥା ଅନ୍ୟ ମାନଙ୍କ ସହାୟତା କ୍ରମେ ଡକାୟତମାନଙ୍କୁ ଧରି ସେମାନଙ୍କ ଠାରୁ ଚୋରା ସୁନା ରୂପା ଉଦ୍ଧାର କରି ଚୋରି ହୋଇଥିବା ଅଭିଯୋଗ କାରିଙ୍କୁ ଆଇନ ଆଧାରରେ ଫେରସ୍ତ କରିଥିବା ନଜିର ରହିଛି।ଉଭୟ ଚୋରିର ସାମଞ୍ଜସ୍ୟ ଏକା ପ୍ରକାରର ହୋଇଥିବାରୁ ଡକାୟତ ଗ୍ୟାଙ୍ଗ ପୂନଶ୍ଚ ସକ୍ରୀୟ ହୋଇ ପଡିଥିବା ଆଶଂକା କରାଯାଉଛି। ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।
