Odisha news

ମାଲକାନଗିରି : ପନିପରିବା ଦର ଆକାଶ ଛୁଆଁ,ପ୍ରଶାସନ ନିଷ୍କ୍ରିୟ

0
ମାଲକାନଗିରି ତା:୨୯.୬.୨୦୨୦ : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପନି ପରିବା ଦର ଆକାଶ ଛୁଆଁ l କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକମାନଂକ ଜୀବନ ଜୀବୀକା ବିପନ୍ନ ହୋଇ ପଡିଥିବା ବେଳେ ଦରଦାମ ବୃଦ୍ଧି ଯୋଗୁଁ ବେଡି ଉପରେ କୋରଡା ମାଡ ସଦୃଶ୍ଯ ଆର୍ଥିକ ମେରୁଦଣ୍ଡ ଦୋହଲି ପଡିଛି l ଅନ୍ୟପକ୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ସମସ୍ତଂକୁ ପ୍ରତିଦିନ ପନିପରିବାର ଆବଶ୍ୟକତା ରହିଥିବା ବେଳେ ଏହାର ଦରଦାମ ଦିନକୁ ଦିନ ବୃଦ୍ଧି ପାଇଛି l ତେବେ ପ୍ରଶାସନ ନିଷ୍କ୍ରିୟ ଥିବାରୁ  ପନିପରିବା ଦୋକାନୀମାନଂକ ମନ ମୁଖି ଶାସନ ଦେଖିବାକୁ ମିଳିଛି l
ବର୍ତ୍ତମାନ ପନିପରିବା ମଧ୍ଯରେ ବିନସ୍ କିଗ୍ରା ପ୍ରତି ୮୦/-ଟଂକା,ସିମିଲା ମରିଚ କିଗ୍ରା ୧୪୦/-,ଫୁଲ କୋବି କିଗ୍ରା ୬୦/-ଟଂକା ରୁ ୮୦/-ଟଂକା,ପତ୍ର କୋବି କିଗ୍ରା ୪୦/-ଟଂକା,ଜହ୍ନି କିଗ୍ରା ୫୦/-,କଲରା କିଗ୍ରା ୬୦/-,ବାଇଗଣ କିଗ୍ରା ୪୦/-ଟଂକା,ମୁନିଗା କିଗ୍ରା ୮୦/-ଟଂକା,ଝୁଡୁଂଗ କିଗ୍ରା ୫୦/- ଟଂକା, ବରବଟି କିଗ୍ରା ୪୦/-,ଭେଣ୍ଡି କିଗ୍ରା ୪୦/-ଟଂକା,ପୋଟଳ କିଗ୍ରା ୪୦/-ଟଂକା,କାଂକଡ କିଗ୍ରା ୬୦/-ଟଂକା,ଟମାଟ କିଗ୍ରା ୫୦/-ଟଂକା,ସାରୁ କିଗ୍ରା ୪୦/ଟଂକା,ଭଣ୍ଡା କିଗ୍ରା ୪୦/-ଟଂକା,କୁନ୍ଦୁରା କିଗ୍ରା ୩୦ /-କାକୁଡି କିଗ୍ରା ୩୦/-,ଖମ୍ବ ଆଳୁ କିଗ୍ରା ୪୦/-,ଆଳୁ କିଗ୍ରା ୩୦/-ଟଂକା,ପିଆଜ ୨୦/-ଟଂକାରେ ବିକ୍ରି ହେଉଛି !ତେବେ ଦିନକୁ ଦିନ ପନିପରିବାର ଦାମ କ୍ରମଶଃ ବୃଦ୍ଧି ପାଉଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନ ନିରବ ରହିବା ଯୋଗୁଁ ସାଧାରଣ ଖାଉଟି ମନରେ ଅସନ୍ତୋଷ ଦେଖା ଦେଇଛି !
Leave A Reply

Your email address will not be published.