ମାଲକାନଗିରି !ତା:୨୪.୮.୨୦୨୦ : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ଯା ବଢୁଥିବା ବେଳେ କମିବାରନାଁ ଗନ୍ଧ ଧରିବାର ନାହିଁ !ପୂର୍ବାପେକ୍ଷା ସେମିତି କିଛି କଟକଣା ନାହିଁ !ଦୋକାନ ବଜାରଗୁଡିକରେ ଲୋକମାନେ ବହୁ ସଂଖ୍ଯାରେ ଭିଡ ଜମାଉଥିଲେ ମଧ୍ଯ ପ୍ରଶାସନ ଏଥି ପ୍ରତି କୋହଳ ମନବ୍ରୁତ୍ତି ଅବଲମ୍ବନ କରୁଥ୍ବା ଜଣା ପଡିଛି !
ଫଳରେ ସଂକ୍ରମଣ ସଂଖ୍ଯା ପ୍ରତି ଦିନ ବଢିବାରେ ଲାଗିଛି ! ଆଜି ମାଲକାନଗିରି ଜିଲ୍ଲାରେ ୭୮ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି !ମାଲକାନଗିରି ପୌରାଞ୍ଚଳରେ ୨୮ ଜଣ,ବାଲିମେଳା ଏନଏସିରେ ୧୧ ଜଣ,ଚିତ୍ରକୋଣ୍ଡା ବ୍ଲକରେ ୧୪ ଜଣ,କୋରୁକୋଣ୍ଡା ବ୍ଲକରେ ୧୪ ଜଣ,ମାଲକାନଗିରି ବ୍ଲକରେ ୮ ଜଣ,ଖଇରପୁଟ,ମାଥିଲି,କାଲିମେଳା ବ୍ଲକରେ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି !
ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ଯା ୧୮୫୮ରେ ପହଞ୍ଚିଥିବା ବେଳେ ୧୨୧୮ ଜଣ ରୋଗୀ ସୁସ୍ଥ ହୋଇଥିବା କୁହାଯାଇଛି ବର୍ତ୍ତମାନ ୬୩୬ ଜଣ ରୋଗୀ କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି !ଚାରି ଜଣ କରୋନା ରୋଗୀ ମରିଥିବା ଘୋଷଣା କରାଯାଇଛି !
