ଭୂତ ଛଡାଇବା ନାଁରେ ଗୁଣଆର ଅମାନୁଷିକ କାଣ୍ଡ : ମୁହଁରେ ନିଆଁ ଚେଙ୍କ ଦେବା ସହ ଭୂତ ନଛାଡିବାରୁ ଘୁଷୁରୀ ବିଷ୍ଠା ପାଣିରେ ଗୋଳାଇ ପିଆଇଲେ
ମାଲକାନଗିରି (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡାପଲ୍ଲୀ ପଞ୍ଚାୟତର ଏମ.ଭି-୬ ଭଳି ଆଦିବାସୀ ସାନ୍ତାଳ ଗ୍ରାମରେ ଦେଖା ଦେଇଛି ଅଭାବନୀୟ ଘଟଣା ଘଟିଛି l ଜଣେ ମହିଳାକୁ ଭୂତ ଲାଗିବା ସନ୍ଦେହରେ ଗୁଣିଆକୁ ଡାକି ଭୂତ ଛଡାଇବା ନାଁରେ ତାକୁ ନିସ୍ତୁକ ମାଡ ମାରିବା,ମୁହଁରେ ନିଆଁ ଚେଙ୍କ ଦେବା ସହ ଶେଷରେ ଭୂତ ନଛାଡିବାରୁ ଘୁଷୁରୀ ବିଷ୍ଠା ପାଣିରେ ଗୋଳାଇ ପିଆଇଥିଲେ l ଗୁଣିଆର ଅମାନୁଷକ କାଣ୍ତରେ ଗୁରୁତର ହେବା ଯୋଗୁଁ ମହିଳାର ମାଆ ଏବଂ ପଡୋଶୀଙ୍କ ସହାୟତାରେ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l
ଘଟଣାରୁ ଜଣାପଡିଛି ଯେ,ଏମଭି -୬ ଏକ ସାନ୍ତାଳ ଆଦିବାସୀ ଗ୍ରାମର ସନ୍ତୋଷ ଓରାମଙ୍କ ପତ୍ନୀ ଲିପିକାର ଦେହ ଗତ ସପ୍ତାହ ତଳେ ଅସୁସ୍ଥ ହେବା ଫଳରେ ପରିବା ଲୋକେ ଭୂତ ଲାଗିଥିବା ସନ୍ଦେହ କରିଥିଲେ l କାରଣ ସନ୍ତୋଷ ଓରାମଂକ ଜଣେ ସଂପର୍କୀୟ ଗର୍ଭବତୀ ମହିଳା ତିନି ମାସ ତଳେ ଦେହାନ୍ତ ହେଲା ପରେ ସନ୍ତୋଷ ଓ ପତ୍ନୀ ଲିପିକା ମୃତ୍ୟୁ ପରିବାରଙ୍କ ଘରକୁ ଯାଇ ଫେରିଥିଲେ l କିଛି ଦିନ ପରେ ଲିପିକାର ହଠାତ ଦେହ ଅସୁସ୍ଥ ହେବା ପରେ ପ୍ରେତାତ୍ମା ଲିପିକାର ଦେହରେ ପ୍ରବେଶ କରିଥିବା ସନ୍ଦେହ ଦୃଢଭୂତ ହୋଇଥିଲା l ପରିବାର ଲୋକେ ଜଣେ ଗୁଣିଆକୁ ଡାକି ଲିପିକା ଦେହରୁ ପ୍ରତାତ୍ମା କାଢିବା ପାଇଁ
ଯୋଜନା କରିଥିଲେ l ଗୁଣିଆ ଲିପିକା ଶରୀରରୁ ଅଶରୀର ଆତ୍ମାକୁ କାଢିବା ପାଇଁ ପୂଜା ପାଠ ମନ୍ତ୍ର ଯନ୍ତ୍ର କରିଥିଲେ l ଭୂତ କାଢିବା ପାଇଁ ଲିପିକାକୁ ବେତ୍ରାଘାତ କରାଯାଇଥିଲା l ଫଳରେ ଲିପିକା ମାଡରେ ଅସହ୍ଯ ଯନ୍ତ୍ରଣାରେ ଛଟପଟ ହୋଇଥିଲା l ପରେ ଭୀତ ଦେହରୁ ନଯିବାରୁ ମୁହଁରେ ଜଳନ୍ତା ନିଆଁ ଚେଙ୍କ ଦେଇଥିଲେ l ନିଆଁ ଚେଙ୍କରେ ଲିପିକାର ମୁଖ ମଣ୍ଡଳ ପୋଡି ଯାଇଥିବା ଜଣା ପଡିଛି l ଶେଷରେ ଭୂତକୁ କାଢିବା ପାଇଁ ଗୁଣିଆ ଘିଷୁରୀ ବିଷ୍ଠାକୁ ପାଣିରେ ଗୋଳାର ପିଆଇଥିବା ମଧ୍ଯ ଅଭିଯୋଗ ହୋଇଛି l
ତେବେ ଭୂତ କାଢିବାରେ ଗୁଣିଆ ଅକ୍ଷମ ହୋଇ ନିଜ ଘରକୁ ଚାଲି ଯାଇଥିଲା l ତେବେ ଲିପିକା ଗୁଣିଆର ଅକଥନୀୟ ଅତ୍ଯାଚାରେ ସାଂଘାତିକ ହୋଇ ପଡିଥିବା ବଳେ ଲିପିକାର ମାଆ ଏ ଖବର ପାଇ ମାଲକାନଗିରି ଜିଲ୍ଲା ମୁଖ୍ଯାଳୟରେ ପୀଡିତାକୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି l
