Odisha news

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ଆଜିର ଦିନରେ ସୂର୍ଯ୍ୟ ଦେବଙ୍କୁ ପୂଜନ ସମୟରେ ଜପ କରନ୍ତୁ ଏହି ପବିତ୍ର ମନ୍ତ୍ର

0
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି କୁ ଗୋଟିଏ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଇ ଥାଏ । ଏହିଦିନ ଟି ପ୍ରାୟ ଭାରତ ର ପ୍ରତ୍ୟେକ ସ୍ଥାନ ଓ ପ୍ରତ୍ୟେକ ରାଜ୍ୟ ରେ ସ୍ଥାନୀୟ ମାନ୍ୟତା ଅନୁସାରେ ଖୁବ୍ ସୁନ୍ଦର ଭାବରେ ପାଳନ କରାଯାଇ ଥାଏ । ଆଜିର ଦିନରେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ଗୋଚର କରି ଥାଆନ୍ତି । ଏହିଦିନ ଟି ରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି, ଆଜିର ଦିନକୁ ଫସଲ ଆମଦାନୀ ପାଇଁ ଗୋଟିଏ ଶୁଭ ଦିନ ଭାବରେ ଗ୍ରହଣ କରାଯାଇ ଥାଏ । ମାନ୍ୟତା ଅନୁସାରେ କୁହାଯାଏ ଯେ ମକର ସଂକ୍ରାନ୍ତି ଠାରୁ ଋତୁର ପରିବର୍ତନ ହୋଇଥାଏ । ଏହିଦିନ ଦାନ ଦକ୍ଷିଣା ର ଖୁବ୍ ମହତ୍ତ୍ଵ ରହିଛି ।
ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଦାନ ମାତ୍ରକେ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଗ୍ରହ ରାଜ ସୂର୍ଯ୍ୟ ତାଙ୍କ ପୁତ୍ର ଶନି ଦେବଙ୍କୁ ସାକ୍ଷାତ କରିବାକୁ ତାଙ୍କ ଗୃହ ମକର ରାଶିକୁ ଯାଇ ଥାଆନ୍ତି ।
ସୂର୍ଯ୍ୟ ଓ ଶନି ଦେବଙ୍କୁ ନେଇ କଣ ରହିଛି ପୌରାଣିକ କଥା -:
ମକର ସଂକ୍ରାନ୍ତି କୁ ନେଇ ଗୋଟିଏ ପୌରାଣିକ କଥା ରହିଛି । ମାନ୍ୟତା ଅନୁସାରେ ପିତା ସୂର୍ଯ୍ୟ ଦେବଙ୍କ ସହିତ ପୁତ୍ର ଶନି ଦେବ ଙ୍କ ସମ୍ପର୍କ ମଧୁର ନଥିଲା । ଦେବୀ ପୁରାଣ ଅନୁସାରେ ପିତା ସୂର୍ଯ୍ୟ ଦେବ ଯେଉଁଦିନ ପ୍ରଥମ ଥର ନିଜ ପୁତ୍ର ଶନି ଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ , ସେହିଦିନ ସନିଦେବ ସୂର୍ଯ୍ୟ ଙ୍କୁ କଳା ରାଶି ଅର୍ପଣ କରିଥିଲେ ଓ ତାଙ୍କର ପୂଜା କରିଥିଲେ । ଏହାଦ୍ବାରା ସୂର୍ଯ୍ୟ ଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ । ଏହାପରେ ସେ ଶନି ଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ଯେବେବି ସେ ତାଙ୍କ ଘର ମକର ରାଶିକୁ ଆସିବେ , ସେତେବେଳେ ତାଙ୍କ ଘର ଧନ ଧାନ୍ୟ ରେ ପୁରି ଉଠିବ ।
ଏହାଛଡା ଯେଉଁ ବ୍ୟକ୍ତି ଏହିଦିନ ଟିକୁ ବିଧି ବିଧାନ ଭାବରେ ପାଳନ କରିବ , ତା ଜୀବନ ର ସମସ୍ତ କଷ୍ଟ ଓ ଦୁଃଖ ଦୁର୍ଦ୍ଦଶା ଦୂର ହେବ ।
ଏହି ନିୟମ ଗୁଡ଼ିକୁ ମକର ସଂକ୍ରାନ୍ତି ଦିନ ନିହାତି ମାନିବା ଆବଶ୍ୟକ , ଏହାଦ୍ବାରା ଜୀବନ ରେ ସୁଖ ଶାନ୍ତିର ଆଗମନ ହେବ –
* ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ପୂଜନ ସହିତ ଶନି ପୂଜନ ଓ ମହାଦେବ ଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ଵ ରହିଛି । ଚଳିତ ଥର ମକର ସଂକ୍ରାନ୍ତି ଶନିବାର ଦିନ ଅନୁଷ୍ଠିତ ହେଉଥିବା କାରଣରୁ ଏହିଦିନ ଶନି ଦେବ ଙ୍କ ପୂଜା କରିବା ଦ୍ୱାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
* ମକର ସଂକ୍ରାନ୍ତି ଦିନ ରାଶି ଦାନ କରିବା ଖୁବ୍ ଶୁଭ ଅଟେ । ଏହିଦିନ ରାଶି ଦାନ କରିବା ଦ୍ୱାରା ଶନି ଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇହୁଏ । ଏହାଛଡା ରିଷ୍ଟ ଖଣ୍ଡନ ମଧ୍ୟ ହୋଇଥାଏ ।
* ମକର ସଂକ୍ରାନ୍ତି ଦିନ ସଂକ୍ରାନ୍ତି ଦିନ ସୂର୍ଯ୍ୟ ପୂଜା ସମୟରେ ରାଶି ଅର୍ପଣ କରିବା ଦ୍ୱାରା ରୋଗ ବୈରାଗ ଦୁଃଖ ବ୍ୟାଧି ଜୀବନ ରୁ ଦୂର ହୋଇଥାଏ ।
* ଯଦି କୌଣସି ବ୍ୟକ୍ତିକୁ ଆପଣ ଏହିଦିନ ଖେଚୁଡ଼ି ଭୋଜନ ଭାବରେ ଦାନ କରୁଛନ୍ତି ତେବେ ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ ।
* ଆଜିର ଦିନରେ ସୂର୍ଯ୍ୟ ପୂଜନ ସମୟରେ ସୂର୍ଯ୍ୟ ଦେବଙ୍କ ନିକଟରେ ରାଶି ଅର୍ପଣ କରି ସୂର୍ଯ୍ୟ ଦେବଙ୍କ ମନ୍ତ୍ର ” ଓଁ ହିଂ ହିଂ ସୂର୍ଯ୍ୟୟ ନମଃ” ପାଠ କରି ଅର୍ଘ୍ୟ ଦେବା ଦ୍ଵାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
Leave A Reply