Odisha news

ମକର ସଂକ୍ରାନ୍ତି ରେ ମା ମଙ୍ଗଳା ଙ୍କ ସୋତନ୍ତ୍ର ନୀତି

0

କାକଟପୁର 14/1 କାକଟପୁର ବାସିନୀ  ମା”ମଙ୍ଗଳା ଙ୍କ ପାଖରେ ମକର ସଂକ୍ରାନ୍ତି ଉପଲକ୍ଷେ ସୋତନ୍ତ୍ର ନୀତି ହୋଇଯାଇଛି ,ପ୍ରର୍ତୁଶ୍ୟ ରୁ ଠାକୁରାଣୀଙ୍କୁ ସାନ୍ନ ମାର୍ଜଣା ପରେ ସର୍ବ ସାଧାରଣ ଦର୍ଶନ ନିମନ୍ତେ ପହୁଡ଼  ଖୋଲାଯାଇଥିଲା l  ଭକ୍ତ ମାନେ ଧାଡିରେ ମା ମଙ୍ଗଳାଙ୍କୁ ଦର୍ଶନ କରି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ, ସେହିପରି ବିଭିନ୍ନ ଶୈବ ପୀଠ ମାନଙ୍କରେ ଦର୍ଶନ ନିମନ୍ତେ ଭିଡ଼ ଲାଗିରହିଥିଲା, ସୋମେଶ୍ୱର ପୀଠ, ନାରାୟଣୀ ପୀଠ ଓ ମାଧବାନନ୍ଦ ପୀଠ ରେ ଭୋରୁ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନରେ ଯାଇ ଦର୍ଶନ କରିଥିଲେ, ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା ପୂର୍ବ ଅପେକ୍ଷା ମାଧବାନନ୍ଦ ଙ୍କର ନୂତନ ମନ୍ଦିର ନିର୍ମାଣ ସାଙ୍ଗକୁ ରାସ୍ତା କାର୍ଯ୍ୟ ନିମ୍ମ ମାନର ହୋଇଥବାରୁ ଭକ୍ତ ମାନେ ଯିବା ଆସିବା ସମୟରେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l  ଭକ୍ତ ମାନଙ୍କ ପାଇଁ ସେମିତି କିଛି ସୁବିଧା ହୋଇନାହିଁ, ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ନିମନ୍ତେ ଗୃହ ର ଆବଶ୍ୟକ ଥିବା ବେଳେ ମନ୍ଦିରରେ ଉଜ୍ୱଳ ଆଲୋକର ବ୍ୟବସ୍ତା ନିହାତି ଜରୁରୀ ବୋଲି ଜଣା ପଡିଛି ସେହିପରି ପଦ ପ୍ରଖ୍ୟାଳୟ, ରୋଷ ଘର ଓ ସିକୁରିଟି ର ଆବଶ୍ୟକତା ଥିବାବେଳେ ସେହିପରି କନ୍ଦଳ ପୁର ଗ୍ରାମର ମା ନାରାୟଣୀ ମନ୍ଦିର ର ଚାରିପଟେ ପାଚେରୀ ନିର୍ମାଣ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ଗୃହ ରୋଷଘର ନିହାତି ଆବଶ୍ୟକ ରହିଛି, ମନ୍ଦିର ଚାରିପଟ ଯଦି ପାଚେରୀ  କରା ନ ଯାଏ ତା ହେଲେ ଜମି ଦଲାଲ ମାନେ କେତେବେଳେ ଜେ ମନ୍ଦିର ଜାଗାକୁ ନ ବିକି ଦେବେ ତାହା ନିଃସନ୍ଦେହ l  ଆଜି ମକର ବେଢା ଥିବାରୁ ମା ମଙ୍ଗଳା ମନ୍ଦିର ଓ ନାରାୟଣୀ ମନ୍ଦିରରେ ପୂଜକ ମାନଙ୍କ ଦ୍ୱାରା ସୂ ସଜ୍ଜିତ ଅଷ୍ଟଧାତୁ ନିର୍ମିତ ଥାଳି ରେ ପ୍ରତିମୂର୍ତ୍ତି ରଖାଯାଇ ହରିବୋଲ ହୁଳହୁଳି, ଛତା, ଛତ୍ରୀ, ଶଙ୍ଖ ଧ୍ଵନି ରେ ଏକ ଅଧ୍ୟାତ୍ମିକ ପରିବେଶ ଦ୍ୱାରା ତିନି ଘେରା ମନ୍ଦିର ଚାରିପଟ ବୁଲି ପୁନର୍ବାର ନୀତି ଆରମ୍ଭ ହୋଇଥିଲା, ଏହି ଦିନରେ ମନ୍ଦିର ରେ  ନୂଆ ଅରୁଆ ଚାଉଳ,ଦହି, ନଡ଼ିଆ, ଛେନା, କଦଳୀ, ଗୋଲମରିଚ, ଡାଳିମ୍ବ, ଆଖୁ, କ୍ଷୀରରେ ପ୍ରସ୍ତୁତ  ଭୋଗ କୁ ଦେବା ଦେବୀ ଙ୍କ ପାଖରେ ସମର୍ପଣ କରିବା ପରେ ଏହାକୁ ପ୍ରସାଦ ରୂପେ ଭକ୍ତ ମାନେ  ପାଇଥାନ୍ତି, ପୁରୁଣା ସ୍ମୁତି କୁହେ ଏହି ମକର ଭୋଗ ଖାଇ ଝିଅ ଓ ସ୍ତ୍ରୀ ଲୋକମାନେ ପରସ୍ପର କୁ ଖୁଆଇ ମକର ବସିଥାନ୍ତି ସେ ସମୟ ଆଉ ନାହିଁ ବୋଲି ବହୁ ପୁରୁଖା ଲୋକମାନେ କୁହନ୍ତି, ଆଜି ମକର ସଂକ୍ରାନ୍ତି ଥିବାରୁ ବଜାର ଘାଟ ରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l  ପୋଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ବ୍ୟାରିକେଟ କରାଯାଇ ଧାଡିରେ ଦର୍ଶନ ନିମନ୍ତେ ଛଡାଯାଇଥିଲା l

Ad2
Leave A Reply