ବେତନଟୀ,୧୪/୧ : ବୈଶିଙ୍ଗା ଥାନା ଅଧିନ ମେର୍ଦ୍ଦା ଗ୍ରାମର ଜଣେ ମହିଳା ଘରେ ରୋଷେଇ ପାଇଁ ଗ୍ୟାସ ଲଗାଉଥିବା ବେଳେ ଶାଢ଼ୀରେ ନିଆଁ ଲାଗି ଯିବାରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ମେର୍ଦ୍ଦା ଗ୍ରାମର ପରମେଶ୍ୱର ଦାସ ଙ୍କ ପତ୍ନୀ ନବନିତ ଦାସ ନିଜର ନବନିର୍ମିତ ରୋଷେଇ ଘରେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇବା ସମୟ ରେ ଗ୍ୟାସ ପାଇପ ଲିକ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା। ନିମିଷକ ମଧ୍ୟରେ ନବନିତର ଶାଢୀର ନିଆଁ ଲାଗିଯିବା ଯୋଗୁଁ ତାଙ୍କର ଅର୍ଦ୍ଧାଧିକ ଶରୀର ପୋଡି ଯାଇଥିଲା । ନିକଟରେ ଛିଡ଼ା ହୋଇଥିବା ଘରର ସଦସ୍ୟ ତାଙ୍କର ଏପରି ଅବସ୍ଥା ଦେଖି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଚିତ୍କାର କରିବାରୁ ପଡେ଼ାଶୀ ଲୋକ ମାନେ ଆସି ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବନିତଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଘରୋଇ ଗାଡ଼ିରେ ତାଙ୍କୁ ବାରିପଦା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ।
