Odisha news

ଆଦିବାସୀଙ୍କ ବ୍ୟବହାର୍ଯ୍ୟ ମହୁଲ ତେଲ ଔଷଧୀୟ ଗୁଣରେ ଭରପୁର, ଆସନ୍ତୁ ଜାଣିବା ଏହାର ପ୍ରୟୋଗ

0

ଭାରତର ଜଙ୍ଗଲ ଓ ଗ୍ରାମାଞ୍ଚଳ ଗୁଡିକରେ ମହୁଲ ଗଛ ବିଶେଷ ଭାବରେ ଦେଖିବାକୁ ମିଳିଥାଏ l ବିଶେଷ ଭାବରେ ଟ୍ରାଇବଲ ଅଂଚଳରେ ମହୁଲ ର ବ୍ୟବହାର ଅଧିକ ହୋଇଥାଏ l ଆମେ ଜାଣିଛୁ ଯେ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ମହୁଲ ଫୁଲର ବ୍ୟବହାର ମଦ ପ୍ରସ୍ତୁତ କରିବାରେ ବ୍ୟବହାର କରି ଥାଆନ୍ତି l ବିଶେଷ ଭାବରେ ଏହା ସେମାନଙ୍କୁ ଗୋଟିଏ ପ୍ରକାରର ରୋଜଗାର ଯୋଗାଇଥାଏ l ମହୁଲ ଫୁଲ ରେ ଆଇରନ, କ୍ୟାଲସିୟମ, ଭିଟାମିନ ସି ଭଳି ପୋଷାକ ତତ୍ୱ ରହିଛି l ଅନେକ ରୋଗର ଉପଚାର ପାଇଁ ମହୁଲ ଫୁଲ ର ବ୍ୟବହାର କରାଯାଇ ଥାଏ l ମହୁଲ ଫୁଲ ବ୍ୟତୀତ ମହୁଲ ଗଛର ଛାଲି, ପତ୍ର , ଚେର ସବୁ କିଛି ଔଷଧୀୟ ଗୁଣରେ ଭରପୁର ଅଟେ l

ମହୁଲ ତେଲର ଲାଭ –
ତ୍ୱଚା ପାଇଁ ହିତକର :
ମହୁଲ ତେଲ ଗୋଟିଏ କେମିକାଲ ଫ୍ରି ପ୍ରଡକ୍ଟ ଅଟେ l ଯାହାର ବ୍ୟବହାର ସ୍କିଂ କେୟାର ପାଇଁ କରାଯାଇ ଥାଏ l ଏହା ତ୍ୱଚାକୁ ବ୍ରଣ ଓ ଅନ୍ୟାନ୍ୟ ଦାଗ ଠାରୁ ରକ୍ଷା କରିଥାଏ l ଏହାକୁ ତ୍ୱଚା ରେ ପ୍ରୟୋଗ କରିବା ଦ୍ୱାରା ତ୍ୱଚା ସୁନ୍ଦର ହୋଇଥାଏ l

ପୋକ କାମୁଡିବା :
ଓଡିଶା, ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟର ଅନେକ ଆଦିବାସୀ ସମ୍ପ୍ରଦାୟ ର ଲୋକେ ମହୁଲ ତେଲର ବ୍ୟବହାର କରି ଥାଆନ୍ତି l କାରଣ ଏହିସବୁ ରାଜ୍ୟରେ ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ହୋଇ ଥିବାରୁ ପୋକ କୀଟ ଅଧିକ ଥାଆନ୍ତି l ଯଦି କୌଣସି ବିଷଧର ପୋକ ବା କୀଟ କାମୁଡ଼ିଥାଏ ତେବେ ଏହି ତେଲର ବ୍ୟବହାର ହୋଇଥାଏ l ଯାହାଦ୍ୱାରା ତୁରନ୍ତ ଆରାମ ମିଳିଥାଏ l

ଗଣ୍ଠି ଯନ୍ତ୍ରଣା :
ଯଦି ମହୁଲ ତେଲର ମାଲିସ ଆପଣ ନିଜ ଆଣ୍ଠୁ ଓ ଗଣ୍ଠି ରେ କରିବେ ତେବେ ଏହାଦ୍ୱାରା ଆପଣଙ୍କୁ ତୁରନ୍ତ ଆରାମ ମିଳିବ l ଜଏଣ୍ଟ ପେନ ର ଚିକିତ୍ସା ପାଇଁ ଏହା ଖୁବ ଉପଯୋଗୀ ଓ ପ୍ରମାଣିତ ମଧ୍ୟ ଅଟେ l କାହିଁକି ନ ଏହାର ପ୍ରୟୋଗ ପ୍ରଥମେ ମୂଷା ମାନଙ୍କ ଉପରେ କରାଯାଇ ଥିଲା l

କେଶ ପାଇଁ ହିତକର :
କୁହାଯାଏ ଯେ ମହୁଲ ତେଲ କେଶ ପାଇଁ ଖୁବ ହିତକର ଓ କେଶ ର ଗ୍ରୋଥ ପାଇଁ ମଧ୍ୟ ହିତକର l ମହୁଲ ତେଲ କୁ କେଶ ମୂଳରେ ମାଲିସ କରି କିଛି ସମୟ ରଖନ୍ତୁ l ଏହାପରେ ତାହାକୁ ଉଷୁମ ପାଣିରେ ଧୋଇଦେବା ଦ୍ୱାରା କେଶ ଘଞ୍ଚ ଓ ସୁନ୍ଦର ହୋଇଥାଏ l

ମଶା କାମୁଡ଼ିବାରୁ ରକ୍ଷା କରେ :
ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ମଶା କାମୁଡ଼ିବାରୁ ନିଜକୁ ରକ୍ଷା କରିବା ପାଇଁ ମହୁଲ ତେଲର ପ୍ରୟୋଗ କରି ଥାଆନ୍ତି l ସନ୍ଧ୍ୟା ସମୟରେ ମହୁଲ ତେଲ କୁ ଶରୀର ରେ ମାଲିସ କରିବା ଦ୍ୱାରା ମଶା କାମୁଡି ନଥାଏ l

Govt
Leave A Reply