Odisha news

ଏ.ଟି.ଏମ୍. ଭାଙ୍ଗି ଟଙ୍କାଲୁଟ୍ ଉଦ୍ୟମରେ ସଫଳ ହେଲେନି ଦୁର୍ବୁତ

0

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଜୟପୁର କୁମୁଡା ଫାଣ୍ଡି ଅଂଚଳରେଥିବା ଏକ ବ୍ୟାଙ୍କର ଏ.ଟି.ଏମ୍. ଭାଙ୍ଗି ଲୁଟେରାମାନେ ଟଙ୍କା ଲୁଟ୍ କରିବାର ଯୋଜନା କରିଥିଲେ । ହେଲେ ଏଥିରେ ସଫଳ ହେଲେ ନାହିଁ । ଗୁରୁବାର ଦିନ ବିଳମ୍ବିତ ରାତ୍ରରେ କୁହୁଣ୍ଡାଠାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରାଂଚରୁ ହୋଇଛି ଏଭଳି ଉଦ୍ୟମ ।

ଲୁଟେରାମାନେ ଏଟିଏମ୍କୁ ସଂପୂର୍ଣ୍ଣ ଭାବେତାଡି ଦେଇଥିଲେ ମଧ୍ୟ ସେଥିରେ ଥିବା ସମସ୍ତ ଟଙ୍କା ଲୁଟି ନେବାରେ ସଫଳ ହୋଇନାହାଁନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତେବେ ସିକୁ୍ୟରିଟ୍ ଗାର୍ଡକୁ ଘରେ ତାଲା ପକାଇ ଅଳ୍ପଦିିନ ତଳେ ଏହି ବ୍ୟାଙ୍କର ଏଟିଏମ୍ ଚୋରୀ ଘଟଣାର ପୋଲିସ ସାମାନ୍ୟ ଟେର୍ ପାଇନଥିଲା ବେଳେ ଗତ କାଲିର ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାହିଁକି ବ୍ୟାଙ୍କ ଏଟିଏମ୍ ପାଇଁ ସିକୁ୍ୟରିଟ୍ ଗାର୍ଡର ବ୍ୟବସ୍ଥା କରାଯାଇଛି ତାହା ସନେ୍ଦହ ସୃଷ୍ଟି କରିଛି । ଲୁଟେରାମାନେ କୋଠପଦା ହାଇସ୍କୁଲ ପଛପଟ ବିଲ ଅତିକ୍ରମ କରି ଫେରାର ହୋଇଯାଇଥିବା ସୁରାଗ ମିଳିଛି । ଗତ ତିନିଦିିନ ତଳେ କିଛି ଅଜଣା ବ୍ୟକ୍ତି କୋଠପଦା ଅଂଚଳରେ ବୁଲୁଥିବାର ସ୍ଥାନୀୟ ଲୋକେ ଆଲୋଚନା କରୁଥିବାରୁ ସିସିଟିଭି ଫୁଟେଜ ଆଧାରରେ ଏହାର ତଦନ୍ତ କରିବା ପାଇଁ ଦାବି ହେଉଅଛି ।

Leave A Reply