Odisha news

ପ୍ରସିଦ୍ଧ ଅରିଲୋ ମେଳଣ ଆଜି

0

ଫୁଲନଖରା, -ଜନାର୍ଦନଦେବଙ୍କ ପ୍ରସିଦ୍ଧ ଅରିଲୋ ମେଳଣ ଆଜି ଶନିବାର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଅଞ୍ଚଳର ଅନୁ୍ୟନ ୬୦ରୁ ଊଦ୍ଧ୍ୱର୍ ଦୋଳ ବିମାନ ଯୋଗଦେବାର ଆଶା କରାଯାଉଛି । ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅଧିନ ଅରିଲୋ ଗ୍ରାମରେ ହେବାକୁ ଥିବା ଉକ୍ତ ମେଳଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ମଧ୍ୟ ରାତ୍ରରେ ମହୀଧରପଡ଼ା-ଅରଡ଼ିଆପଦା ଗ୍ରାମର ଲକ୍ଷ୍ମୀନାରାୟଣ ଦେବ, ରାଧାମାଧବ ଦେବ ଓ ଗୋପୀନାଥ ଦେବ ସୁସଜ୍ଜିତ ବିମାନରେ ଆସି ପରମ୍ପରା ଅନୁସାରେ ନଳିତା ପୋଖରୀ ନିକଟରେ ପହଞ୍ଚôବା ମାତ୍ରେ ଅରିଲୋର ଜନାର୍ଦନ ଦେବଙ୍କ ପକ୍ଷରୁ ସେମାନଙ୍କୁ ଆନୁଷ୍ଠାନିକଭାବେ କେତକୀ ପୁଷ୍ପ ଓ ଚନ୍ଦନ ଦିଆଯାଇ ବନ୍ଦାପନା ଏବଂ ନିମନ୍ତ୍ରଣ କରାଯିବ ।

ଏହାପରେ ତିନି ଠାକୁର ଶୋଭାଯାତ୍ରାରେ ବାହାରି ଜନାର୍ଦନ ଦେବଙ୍କ ପୀଠରେ ପହଞ୍ଚôବା ପରେ ହରିହରି ଭେଟ ଅନୁଷ୍ଠିତ ହେବ । ତା’ପରେ କ୍ରମାନୁସାରେ ପ୍ରଥମେ ଦଳବାଡ଼ ଓ ପରେପରେ ସମସ୍ତ ବିମାନ ଶୋଭାଯାତ୍ରାରେ ଅରିଲୋ ଗ୍ରାମ ପରିକ୍ରମା କରି ମେଳଣ ପଡ଼ିଆରେ ଏକତ୍ର ହେବେ । ରବିବାର ସକାଳେ ପରମ୍ପରା ଅନୁଯାୟୀ ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହାଦେବ ମେଳଣ ପଡ଼ିଆରେ ପହଞ୍ଚôବା ପରେ ସମସ୍ତ ଠାକୁର ଭୋଗ ଖାଇ ନିଜ ନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ସହ ମେଳଣ ଉଦଯାପିତ ହେବ ।

ଏହି ଉପଲକ୍ଷେ ମୀନାବଜାର, ଆତସବାଜି ପ୍ରଦର୍ଶନ ଓ ସାହିତ୍ୟ ସଭା ମେଳଣର ଅନ୍ୟତମ ଆକର୍ଷଣ ହୋଇଥିବାରୁ ଏଥିରେ ହଜାର ହଜାର ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଶାନ୍ତି ଶ୍ରୁଙ୍ଖଳା ରକ୍ଷା ନିମିତ୍ତ ଅରିଲୋ ମେଳଣ ଶାନ୍ତି କମିଟି ଓ ସଦର ଥାନା ପକ୍ଷରୁ ୪ପ୍ଲାଟୁନ ପୁଲିସ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.