Odisha news

ଦିର୍ଘ ବର୍ଷ ପରେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ଦାୟିତ୍ୱ ଗ୍ରହଣ

0

ରାୟଗଡା,- ଦିର୍ଘ ବର୍ଷ ପରେ ରାୟଗଡା ଜିଲ୍ଲା ପରିଷଦର ଉପ-ନିର୍ବାଚନରେ ବିଜେଡ଼ି ଦଳରୁ ବିଜୟୀ ହୋଇଥିବା ଗଙ୍ଗାଧର ପୁଆଲା ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ସମାରୋହରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କମିଟିର ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ବିଧାୟକ ବିଶିଷଣ ମାଝୀ, ଅମୀୟ ସ୍ୱାଇଁ, ବାନାଗାଡି ତିରୁପତି, ବିନାୟକ କର, ସତ୍ୟ ପାଢୀ, ଜିଲ୍ଲା ପରିଷଦ ସଭ୍ୟ ପି.ଗୌରୀ ଶଙ୍କର, ବ୍ରଜ ସୁ୍ନ୍ଦର ନାୟକ, ନିରଂଜନ ବକ୍ସିପାତ୍ର, ମଡିଆ ସେଲ ଆବାହକ ଦେବାଶିଷ ଖାଡେଙ୍ଗା, ଅବିନାଶ ବିଷୋଇ, ରାୟଗଡା ବ୍ଲକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଅନୁସୟା ମାଝି, ସୁଜାତା ପାଳଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କୁ ଶୁଭେଛା ଜଣାଇଥିଲେ ।

ଶ୍ରୀପୁଆଲା ଷଷ୍ଠତମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମୃତି ଋତୁରାଜ, ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ପଣ୍ଡା, ଉପଦେଷ୍ଟା ନରସିଂହ ନାଥ ପାଢୀ ପ୍ରମୁଖ ଶ୍ରୀପୁଆଲଙ୍କୁ ଶୁଭେଛା ଜଣାଇଥିଲେ ।

Govt
Leave A Reply