ମାହାଙ୍ଗା : ମାହାଙ୍ଗା ବ୍ଲକର କୋଠପଦାଠାରେ ମାହାଙ୍ଗା ସାହିତ୍ୟ ମହୋଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଥିବା ସାହିତ୍ୟ ମହୋଉତ୍ସବର ଉଦ୍ୟାପନି ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତି୍ୟକ କବି ,କଥାକାର,ଭାଷାବିତ୍ ,ରାଜନେତା ଏବଂ ପ୍ରଶାନିକ ଅଧିକାରୀଙ୍କ ଗହଣରେ ଅନୁଷ୍ଠିତ ଉଦ୍ୟାପନି ସଭାରେ ସ୍ଥାନୀୟ ବିଦାୟକ ତଥା ପଞ୍ଚାୟତିରାଜ, ପାନୀୟଜଳ, ଆଇନ,ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଭାଷାବିତ୍ ଡଃ.ଦେବୀ ପ୍ରସନ୍ନ ପଟ୍ଟନାୟକ,ପୂର୍ବତନ ବାଚସ୍ପତି ଶରତ କୁମାର କର,ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା,କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ମାହାଙ୍ଗାର ଅବଦାନ ଅତୁଳନୀୟ ବୋଲି କହିଥିଲେ ।
ସାହିତ୍ୟରେ ମାନବୀୟ ମୂଲ୍ୟବୋଧ ଅଧିକରୁ ଅଧିକ ପ୍ରତିଫଳିତ ହେଉ ବୋଲି ସଭାରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଆହ୍ୱାନ ଦେଇଥିଲେ । ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷକ ରଜତ କୁମାର କର, ସଂସ୍କୃତ ଗବେଷକ ତଥା ସାହିତି୍ୟକ ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ସୁସାହିତି୍ୟକା ଡଃ.ସଂଘମିତ୍ରା ମିଶ୍ର ଏବଂ ନାଟ୍ୟକାର ବ୍ରଜକିଶୋର ମହାନ୍ତିଙ୍କୁ ମାହାଙ୍ଗା ସାରସ୍ୱତ ସମ୍ମାନରେ ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁନାମ୍ୟଧନ୍ୟ ନୃତ୍ୟ ଓ ସଂଗୀତ ବିଷାରଦ ଶାସ୍ୱତ ଯୋଶୀ ଏବଂ ତାଙ୍କ ସହଯୋଗୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରିବେଶବିତ୍ ଅକ୍ଷୟ କୁମାର ଷଢ଼ଙ୍ଗୀ ଉକ୍ତ ଉତ୍ସବରେ ସଂଯୋଜନା କରିଥିଲେ ।
ସାହିତ୍ୟ ଓ ସଂସ୍କୃତି ଉତ୍ସବ ପରିଚାଳନାରେ ସୁବାଷ ବେହେରା,ହେମନ୍ତ ପ୍ରଧାନ,ରଘୁନାଥ ଜେନା,ଗଣେଶ ବିହାରୀ, ସୁଧାଂଶୁ ପାଣି, ଦିପକ୍ ଦାସ, ପନଙ୍ଗଭୂଷଣ ଦାସ,ଲକ୍ଷ୍ମୀଧର ବେହେରା, ଗୟାଧର ସାହୁ,କିଶୋର ଦାସ,ଅଲେଖ ଦାସ,ରାମଚନ୍ଦ୍ର ମହାପାତ୍ର, ମହନ୍ତ ଜଗନ୍ନାଥ ପୁରୀଗୋସ୍ୱାମୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଉଦ୍ୟାପନ ଉତ୍ସବରେ ମାହାଙ୍ଗା ଅଞ୍ଚଳ ବହୁ ସାହିତି୍ୟକ ,କବି.ଲେଖକ ଓ ଜନସାଧାରଣ ଯୋଗଦେଇଥିଲେ ।