Odisha news

ପାଣି ପାଇଁ ଡହଳବିକଳ, ରାସ୍ତାରୋକ ଓ ଜେଇଙ୍କୁ ଟଣାଉଟୁରା

0

ବାରିପଦା : ବାରିପଦା ସହରବାସୀଙ୍କୁ ଅନବରତ ପାଣି ଯୋଗଣ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେର୍ ଏହାର ଓଲଟାଚିତ୍ର ଦେଖିବାକୁ ମିଳୁଛି । ସହରର ୧୩ ନମ୍ବର ୱାର୍ଡ ଅଞ୍ଚଳବାସୀ ଗତକିଛି ଦିନ ହେଲା ପାଣି ଠୋପାଏ ନପାଇ ଡହଳବିକଳ ହୋଇଛନ୍ତି । ଶେଷରେ ଅଞ୍ଚଳବାସୀ ବାରିପଦା ରେଲୱେ ଷ୍ଟେସନ ସମ୍ମୁଖ ରାସ୍ତାକୁ ବହୁ ଘଣ୍ଟା ଧରି ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ଲୋକେ ପାଣି ଠୋପାଏ ପାଇଁ ଗଗରାବାଲ୍ଟି ଆଦି ଧରି ରାଜରାସ୍ତାରେ ନିଜର ପ୍ରତିବାଦ ଜଣାଇଛନ୍ତି ।

ବହୁ ସମୟ ଧରି କେହି ଅଧିକାରୀ ନଆସିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିବାରୁ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଟଣାଉଟୁରା କରିଛନ୍ତି । ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଫୋର୍ସ ମୃତୟନ ହୋଇ ଉକ୍ତ ଅଞ୍ଚଳର ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଶେଷରେ ଲୋକମାନଙ୍କ ଦାବି ଅନୁଯାୟୀ ପାନୀୟଜଳର ଯୋଗାଣ ପାଇଁ ସୁବ୍ୟବସ୍ଥା କରାଯିବା ତଥା ଆଗାମୀ ଦିନରେ ପାନୀୟଜଳ ଯୋଗାଣ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକରୁ ଉଦ୍ଧ୍ୱର୍ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଆଉ କିଛିଦିନ ପରେ ଗ୍ରୀଷ୍ମପ୍ରଭାବ ଥିବାରୁ ସହରରେ ଲୋକମାନଙ୍କୁ କିପରି ପାନୀୟଜଳର ଆବଶ୍ୟକତା ଯୋଗାଇଦିଆଯିବ ସେଥିପ୍ରତି ଉଚ୍ଚପଦସ୍ତ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply