Odisha news

କୁହୁଣ୍ଡା ପଂଚାୟତରେ ବଣ୍ଟନ ହେଲା ମନ୍ତ୍ରୀଙ୍କ ସହାୟତା

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତରେ ବସବାସ କରୁଥିବା ମଠ – ମନ୍ଦିରର ପୂଜକ ତଥା ମୌଲାନା ଓ ଧର୍ମଗୁରୁ ମାନଙ୍କ ସହିତ ଅଟୋ ଏବଂ ଟ୍ରଲି ଚାଳକ ମାନଙ୍କୁ ଖାଦ୍ୟ ଓ ରେସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଦେ୍ର୍ଦଶକ୍ରମେ ଆଜି କୁୁହୁଣ୍ଡା ପଂଚାୟତରେ ଏହି ସହାୟତା ସାମଗ୍ରୀ ଗୁଡିକୁ ବଂଟନ କରାଯାଇଥିଲା ।

ପଂଚାୟତ ବିଜୁ ଜନତା ଦଳ ସଭାପତି ରାଧାନାଥ ରାଉତ, ପୂର୍ବତନ ସରପଂଚ ହେମନ୍ତ ପ୍ରଧାନ, ସରପଂଚଙ୍କ ପ୍ରତିନିଧି ରଘୁନାଥ ଜେନା, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା, ସାମାଜିକ କର୍ମୀ ଅନନ୍ତ କିଶୋର ସାହୁ, ଯୁବ ସଂଗଠକ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ତ୍ରୀଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ପୂର୍ବତନ ସରପଂଚ ସୁବାଷ ବେହେରା, ଯୁବ ସଂଗଠକ ଗଣେଶ ଚନ୍ଦ୍ର ବିହାରୀ, ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ଦାସ, ସାମାଜିକ କର୍ମୀ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ସ୍ୱାଗତ କରିଛନ୍ତି ।

IEC 2 years

Comments are closed.