Odisha news

କୋଭିଡ୍ କଟକଣାକୁ ଫୁ : କାଳିଆ ଟଙ୍କା ନେବା ପାଇଁ ବ୍ୟାଙ୍କ୍ ଆଗରେ ନାହିଁ ନଥିବା ଭିଡ

ମାହାଙ୍ଗା : ମାହାଙ୍ଗା ବ୍ଲକରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ହାର ବଢୁଥିବା ବେଳେ ଲୋକେ କିନ୍ତୁ ସରକାରୀ ନିୟମ କଟକଣାକୁ ଖାତିରି କରୁ ନାହାଁନ୍ତି । ଆଜି ପୂର୍ବ ମାହାଙ୍ଗା ଅଂଚଳର ଭଦ୍ରେଶ୍ୱରଠାରେ ଥିବା ସେଣ୍ଟ୍ରୋଲ ବ୍ୟାଙ୍କ ଶାଖା ଓ ଉମରସ୍ଥିତ କାନାରା ବ୍ୟାଙ୍କ ଶାଖାରେ କାଳିଆ ଯୋଜନାରେ ୨ ହଜାର ଟଙ୍କା ଉଠାଇବା ନିମନ୍ତେ ନାହିଁ ନଥିବା ଭିଡ ଜମିଥିବା ଦେଖିବାକୁ ମଳିଥିଲା । ଖରାରେ ଦିନ ୧୧ ଟା ସମୟରେ ବ୍ୟାଙ୍କ ସମ୍ମୁଖରେ ଭିଡ ଜମିଥିଲା । ଟଙ୍କା ଉଠାଇବା ପାଇଁ ଆସିଥିବା ଲୋକମାନେ ନା ସାମାଜିକ ଦୂରତା ରକ୍ଷା କରୁଥିଲେ ନା ମୁହଁରେ ସଠିକ୍ ଭାବେ ମାକ୍ସ ଲାଗାଇଥିଲେ । ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିଲା ବେଳେ ଲୋକମାନେ ସଚେତନ ନହେବା ଏବଂ ପ୍ରଶାସନ ଏ ଦିଗରେ ସଠିକ୍ ପଦକ୍ଷେପ ଗ୍ରହଣ ନକରିବା ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Nalco

Comments are closed.