କୋଠପଦା:ମାହାଙ୍ଗାରେ ବ୍ଲକ ସ୍ତରୀୟ ଅନୁଷ୍ଠିତ କ୍ରୀଡା ମହାକୁମ୍ଭର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ଅପରାହ୍ନରେ କୋଠପଦା ସ୍ଥିତ ମିନିଷ୍ଟାଡିୟମ ପରିସରରେ ଉଦଯାପିତ ହୋଇଯାଇଛି ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ,ପାନୀୟଜଳ,ଆଇନ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କ୍ରୀଡାବିନା ଜୀବନ ପରିଷ୍ପୁଟ ହୁଏ ନାହିଁ, ଭଲ ପାଠପଢି ଜ୍ଞାନ ଅର୍ଜନ କରିବା ସହିତ କ୍ରୀଡାକ୍ଷେତ୍ରରେ ସୁନାମ ଅର୍ଜନ କରିବାପାଇଁ ଉପସ୍ଥିତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁରସ୍କାର ବିତରଣ ଉସôବରେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିକ୍ଷାଧରକାରୀ ନିରଞ୍ଜନ ବେହେରା,ସମ୍ମାନିତ ଅତିଥି ଭାବେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟ ଶରତ କୁମାର ନାୟକ,ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ୍,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ପରିଚୟ ଏବିଓ ମଦନମୋହନ ମଲ୍ଲ ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ । ଏଥିସହିତ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଅଭିପ୍ସା ମହାନ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଜେନା ସମ୍ମାନିତ କରିଥିଲେ । କ୍ରୀଡା ପ୍ରତିଯୋଗିତାରେ ଚମ୍ପିୟନ ହୋଇଥିବା ବରିଷ୍ଠ ବିଭାଗରୁ ମଞ୍ଜୁଲତା ରଉତ ଓ ପୃଥ୍ୱୀରାଜ ଖଟୁଆ,କନିଷ୍ଠ ବିଭାଗରୁ ପୂଜା ମୁଣ୍ଡା ଓ ବେଣୁଧର ପୂଜାରୀଙ୍କ ସମେତ ବିଭିନ୍ନ କ୍ରୀଡା ଶୃଙ୍ଖଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶାନ୍ତ ସାମଲ,ପରେଶ କୁମାର ବିଶ୍ୱାଳ,ସମିର ଘଡେଇ,ରମାକାନ୍ତ ସିଂହ,ରମାକାନ୍ତ ସିଂହ,ଲଲାଟେନ୍ଦୁ ସିଂହ,ଆଶିଷ କୁମାର ସାମଲ,ପ୍ରଦୀପ ଚାର୍ଟାର,ଦମୟନ୍ତୀ ମହାରଣା,ଶୁଭସ୍ମିତା ସାହୁ,ସୋନାଲି ସ୍ୱାଇଁ,ପ୍ରିୟଙ୍କାପ୍ରିୟଦର୍ଶିନୀ ଜେନା,ସ୍ୱୟଂଶ୍ରୀ ପରିଡା,ଜିତେନ୍ଦ୍ର ବେହେରା,ବିନୋଦ କୁମାର ସେଠୀ,ଆଶିଷ କୁମାର ମହାରଣା,କୃଷ୍ଣପ୍ରିୟା,ପି୍ରୟାସୁଂ ଓଝା,ପୁଷ୍ପାଞ୍ଜଳୀ ବେହେରା,ରବିନ୍ଦ୍ର ପାତ୍ର,ଜଗନ ନାୟକ,ମାତୃପ୍ରସାଦ ଗୋଚ୍ଛାୟତଙ୍କ ସମେତ ଅନ୍ୟ କୃତିପ୍ରତି ଯୋଗିମାନଙ୍କୁ ଅତିଥିମାନେ ଟ୍ରଫିପ୍ରଦାନ କରିଥିଲେ । ଡାଏଟ ଦ୍ୱାରା ଗରିମା ପୁରସ୍କାର ପାଇଥିବା ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି ସମେତ ୧୪ ଜଣ ପ୍ରଧାନ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଜେନା ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ କଳ୍ପନା ଜେନା,ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା,ମାହାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବିତ୍ତପରିଚାଳକ ସନ୍ତୋଷ କୁମାର ଶତପଥି,ଏବିଓ ଚୈାଧୁରୀ ନବକିଶୋର ପ୍ରହରାଜ,ରଘୁନାଥଜିୟୁ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ଦାସ,ରାମଚନ୍ଦ୍ର ମହାପାତ୍ର,ପ୍ରାକ୍ତନ ସରପଞ୍ଚ ହେମନ୍ତ ପ୍ରଧାନ,ସୁବାସ ବେହେରା,ଗଣେଶ ବିହାରୀ,ପନ୍ନଗଭୂଷଣ ଦାସଙ୍କ ସମେତ ବହୁ ଶିକ୍ଷକଶିକ୍ଷୟତ୍ରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ । ସଭାପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମକବୋଧ ସଙ୍ଗୀତ ଗାନ କରାଯାଇଥିଲା ।