Odisha news

ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଅଚାନକ ଥାନା ପରିଦର୍ଶନ

0

ତେନ୍ତୁଳିଖୁଣ୍ଟି,ଡିଏନଏ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକକୁ ଗୁରୁବାର ମନ୍ତ୍ରୀ କେପଟନ ଦିବ୍ୟ ଶଙ୍କର ମିଶ୍ର ଗସ୍ତ କରିଥିଲେ | ଏହି ସମୟରେ ସେ ଅଚାନକ ପାପଡାହାଣ୍ଡି ଥାନା ପରିଦର୍ଶନ କରିଥିଲେ | ଗସ୍ତ ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁସାଲକର,  ଆଇଆଇସି ସୂବେନ୍ଦୁ ଶବର ପ୍ରମୁଖ ଉପସ୍ଥିତ ଥିଲେ | ମନ୍ତ୍ରୀ  ସରକାରଙ୍କ 5 ଟି ବିଷୟରେ ଆଲୋଚନା କରିଥିଲେ | ଲୋକେ କିପରି ପୋଲିସ ଠାରୁ ଉପକୃତ ହୋଇପାରିବେ ସେନେଇ ପରାମର୍ଶ ଦେଇଥିଲେ | ଲୋକଙ୍କୁ ଠିକ ନ୍ୟାୟ ପ୍ରଦାନ ଲାଗି କହିଥିଲେ | ଏଥି ସହ ପୋଲିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଠିକ ରଖିବା ଓ ବ୍ୟକ୍ତିଗତ କଥା ସମ୍ପର୍କରେ ଆଲୋଚନା କରିଥିଲେ | ଏହା ସହ ଖୁବ ଶୀଘ୍ର ନୂତନ ଥାନା ରାସ୍ତାର ଆଲୋକି କରଣ ଓ ରାସ୍ତାର ମରାମତି କରିବା ଲାଗି ପ୍ରତିଶୃତି ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Leave A Reply