କୋଠପଦା : ମାହାଙ୍ଗା ବ୍ଲକ ଓଷଙ୍ଗ ପଞ୍ଚାୟତ କଉଡୁକୋଲା ଗ୍ରାମ ସଡକରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗ୍ରାମବାସୀଙ୍କ ସହଯୋଗରେ ରାଜ୍ୟ ସଚୀବାଳୟର ଦୁଇ ଯୁବଅଧିକାରୀ ସାରଦା ଦାସ ଓ ସୁଶାନ୍ତ ନାୟକଙ୍କ ନେତୃତ୍ୱରେ ସାହାଟିମର ସେଚ୍ଛାସେବକ ରତ୍ନାକର ଦାସ,ନିରୋଦ ପାତ୍ର,ସୁଶାନ୍ତ ପାତ୍ର,ଇଶ୍ୱର ଲେଙ୍କା,ରାଜୀବଲୋଚନ ପାତ୍ର,ଅମୀୟ ଲେଙ୍କା,ଗିରିଜା ପାତ୍ର,ହରପ୍ରସାଦ ପ୍ରଧାନ,ଅମରେନ୍ଦ୍ର ଜେନା,ବିଶ୍ୱନାଥ ଜେନା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ କୃଷ୍ଣଚୂଡା,ରାଧାଚୂଡା,ଅଶୋକା,ଚମ୍ପା,ଓଲଟଦେବଦାରୁ ଓ ବିଭିନ୍ନ କିସମର ଶତାଧିକ ଫୁଲଗଛ ଗ୍ରାମ୍ୟରାସ୍ତା ପାଶ୍ୱର୍ରେ ରୋପଣ କରାଯିବା ସହ ସୁରକ୍ଷାବାଡ ଦିଆଯାଇଥିଲା ।
ଏଥି ସହ ଉକ୍ତ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢିତୋଳିବା ପାଇଁ ଗ୍ରାମର ବରିଷ୍ଠ ନାଗରିକ,ଯୁବକ ଓ ସେଚ୍ଛାସେବକ ମାନେ ଶପଥ ନେଇଥିଲେ । ଏହି ଅବସରରେ ମାନବାଧିକାର କର୍ମୀ ସତ୍ୟନାରାୟଣ ଦାସଙ୍କ ନେତ୍ୃତ୍ୱରେ ସୀମାନ୍ତରେ ବଳିଦାନ ଦେଇଥିବା ବୀର ସହିଦ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଗଛକିଶୋର କିଶୋର କୁମାର ମଲ୍ଲିକଙ୍କୁ ସାହାଟିମ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।