Odisha news

କଟକଣାରେ ମନ୍ଦିର:ଦିନଗଣୁଛନ୍ତି କନିଆ ବର

0

ଖଇରା : କରୋନା ଭୁତାଣୁ ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଚିରାଚରିତ ଜୀବନ ଶୈଳିରେ ବିରାଟ ପରିବର୍ତ୍ତନ ଆଣି ଦେଇଛି । ଏଭଳି କି ପ୍ରାପ୍ତ ବୟସ୍କା ଓ ବୟସ୍କଙ୍କ ବିବାହ କାର୍ଯ୍ୟକୁ ମଧ୍ୟ ଅଟକାଇ ରଖିଥିବା ଭଳି ମନେ ହେଉଛି । ବାଲେଶ୍ୱର ଜିଲା ଅଧିନ ଖଇରା ବ୍ଲକରେ ପୂର୍ବ ବର୍ଷ ମାନଙ୍କରେ ହୋଇ ଯାଇଥିବା ବିବାହ ପଞ୍ଜିକରଣକୁ ଅନୁଧ୍ୟାନ କଲେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଖଇରା ବ୍ଲକରେ ସାଧାରଣତଃ ବିବାହ କାର୍ଯ୍ୟ ଗୁଡିକ କୁପାରୀ ପର୍ଯ୍ୟଟନ କ୍ଷେତ୍ରରେ ଥିବା କୁପାରୀ ଅମ୍ବିକା ମନ୍ଦିରରେ କରାଯାଇଥାଏ । ଆଖପାଖ ଅଞ୍ଚଳରେ ଏହି ଗୋଟିଏ ମନ୍ଦିର ପ୍ରାୟତ ଯେଉଁଠାରେ ଏକ ସଙ୍ଗରେ ୧୦ରୁ ଅଧିକ ବିବାହ କରାଯାଇପାରିବା ଓ ପ୍ରସାଦ ସେବନର ସୁବିଧା ଥିବାରୁ କେବଳ ଖଇରା ବ୍ଲକ କାହିଁକି ପଡୋଶୀ ବନ୍ତ,ଔପଦା,ସୋର ରୁ ବହୁ ମାତାପିତା ସେମାନଙ୍କ ବିବାହ କାର୍ଯ୍ୟ ଏହି ଅମ୍ବିକା ମନ୍ଦିରରେ କରାଇବାକୁ ନିରାପଦ ମଣିଥାନ୍ତି । ସ୍ୱଳ୍ପ ଖର୍ଚ୍ଚ ସାଙ୍ଗକୁ ମଦ୍ୟପାନ ଓ ପାଶ୍ଚାତ୍ୟ ନୃତ୍ୟରୁ ବର୍ତ୍ତୀବାକୁ ୬୦ଭାଗ ମାତାପିତା ଏବେ ମନ୍ଦିର ବିବାହକୁ ପ୍ରାଥମିକତା ଦେଇ ଆସୁଛନ୍ତି । ହେଲେ ଗତ ମାର୍ଚ୍ଚ ମାସରୁ ଲକ ଡାଉନ ଯୋଗୁଁ ମନ୍ଦିରରେ ବିବାହ କାର୍ଯ୍ୟ ବନ୍ଦ ହୋଇ ରହିଛି ।

ଏଭଳିକି ବହୁ କନ୍ୟା ଓ ବର ଙ୍କ ବିବାହ ସ୍ଥିର ହୋଇ ସାରିଥିଲେ ହେଁ ଲକ ଡାଉନ ଅବଧି ଯୋଗୁଁ ସରକାରଙ୍କ କଟକଣା ବଢି ବଢି ଚାଲିଛି । ଯାହା ଫଳରେ ବିବାହ ଲଗ୍ନ ଅପେକ୍ଷାରେ କନ୍ୟାଁ ବର ଓ ସେମାନଙ୍କ ଅବିଭାବକ ମାନେ କେବେ ମନ୍ଦିର ଖୋଲିବ ସେଥିପାଇଁ ଦିନ ଗଣୁଛନ୍ତି । ମଠ ମନ୍ଦିର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବାକୁ ଖଇରା ବ୍ଲକରେ ବିବାହ କୁ ଚାତକ ଭଳି ଚାହିଁ ରହିଥିବା ବହୁ କନିଆ ଓ ବର ସରକାରଙ୍କ ନିବେଦନ ଖୋଲିଛନ୍ତି । ପୂର୍ବ ୫ବର୍ଷର ରେକର୍ଡକୁ ଦେଖିଲେ ୨୦୧୫ରେ ୩୧୨,୨୦୧୬ରେ ୩୨୦,୨୦୧୭ରେ ୩୫୦,୨୦୧୮ରେ ୩୮୦,୨୦୧୯ରେ ପାଖାପାଖି ୩୭୫ଟି ବାହାଘର କାର୍ଯ୍ୟ ଉକ୍ତ ମନ୍ଦିରରେ ତତ୍ୱାବଧାନରେ କରାଯାଇଅଛି । ସାଧାରଣତଃ ଫେବୃଆରୀ ୧୫ରୁ ଜୁଲାଇ ୧୫ଫର୍ଯ୍ୟନ୍ତକୁ ବିବାହ ଋତୁ କୁହାଯାଇଥାଏ । ସର୍ବାଧିକ ବିବାହ କାର୍ଯ୍ୟ ଏହି ସମୟରେ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ମହାମାରି ରେ ସାମାଜିକ ଦୂରତା ରକ୍ଷା ପାଇଁ ମାର୍ଚ୍ଚ ୨୨ତାରିଖରୁ ଲକଡାଉନ ପ୍ରଭାବରୁ ବିବାହ କାର୍ଯ୍ୟ ବନ୍ଦ ହୋଇ ରହିଛି ।

ମନ୍ଦିର ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀ,ବ୍ରହ୍ମଣ,ହୋଟେଲ ବନ୍ଦ ଥିବାରୁ ମଧ୍ୟ ସେମାନେ ଜିବିକା ହରାଇ ଘରେ ବସିଛନ୍ତି । ସରକାରଙ୍କ ନିଷ୍ପତ୍ତକୁ ମାନିବା ତାଙ୍କର ପ୍ରଥମ କର୍ତ୍ତବ୍ୟ । ହେଲେ କନ୍ୟା ଓ ବର ପିତାମାତା ଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ସରକାର ସର୍ତ୍ତ ମୂଳକ ଭାବେ ବିବାହ ପାଇଁ ଅନୁମତି ଦେଇ ବିକଳ୍ପ ବ୍ୟବସ୍ଥା କରାଯାଇପାରେ ବୋଲି ମନ୍ଦିରର ସଞ୍ଚାଳକ ଶୁଭେନ୍ଦ୍ର ମୁନୀ କହିଛନ୍ତି । କରୋନା ମହାମାରୀ ଓ ମାତାପିତା ମାନଙ୍କ ଉଦ୍ବେଗ ଉଭୟକୁ ଦୃଷ୍ଟିରେ ରଖି ସରକାର ବିକଳ୍ପ ବ୍ୟବସ୍ଥା ପ୍ରତି ବିଚାର କରିବାକୁ କୁପାରୀରେ ବିଭିନ୍ନ ସଂଗଠନ ସହ ଜଡିତ ଥିବା ଶରତ କୁମାର ବିଶ୍ୱାଳ କହିଛନ୍ତି । ଫଟୋ-ଖଇରା୧-ଖାଁ ଖାଁ ଲାଗୁଥିବା ଅମ୍ବିକା ମନ୍ଦିର

Leave A Reply