Odisha news

ନବରାତ୍ରୀ ର ନବମୀ ଦିନରେ ମା ସିଦ୍ଧି ଦାତ୍ରୀଙ୍କୁ ଏହିଭଳି କରନ୍ତୁ ପୂଜା , ପୁରଣ ହେବ ସମସ୍ତ ମନସ୍କାମନା

ନବରାତ୍ରୀ ର ନବମ ଦିନଟି ହେଉଛି ଶେଷ ଦିନ । ଏହି ଦିନ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରାଯାଇ ଥାଏ । ପୁରାଣର ମାନ୍ୟତା ଅନୁସାରେ ମା ସିଦ୍ଧିଦାତ୍ରୀ ଙ୍କ କୃପାରୁ ଭଗବାନ୍ ଶିବଙ୍କୁ ଅର୍ଦ୍ଧ ନାରିଶ୍ୱର୍ ରୂପ ମିଳିଥିଲା । ଏହିଦିନ ମାଙ୍କୁ ପୂଜା କରିବା ଦ୍ୱାରା ମନର ସମସ୍ତ ଇଚ୍ଛା ପୁରଣ ହୋଇଥାଏ ।
* ମା ସିଦ୍ଧିଦାତ୍ରୀ ଙ୍କ ବାହନ ସିଂହ ଅଟେ ଓ ମା ପଦ୍ମ ଫୁଲ ଉପରେ ମଧ୍ୟ ବିରାଜମାନ ହୋଇ ଥାଆନ୍ତି ।
* ମାଙ୍କର ଡାହାଣ ପଟର ତଳ ପାର୍ଶ୍ଵ ହାତରେ ଚକ୍ର , ଉପର ପାର୍ଶ୍ଵ ହାତରେ ଗଦା , ବାମ ପାର୍ଶ୍ଵର ତଳ ହାତରେ ଶଙ୍ଖ ଓ ଉପର ପାର୍ଶ୍ଵ ହାତରେ ପଦ୍ମ ରହିଛି ।
* ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯଦି ଆପଣ ଙ୍କ ମନରେ କୌଣସି ଅଭିଳାଷ ରହିଛି ତେବେ ଏହିଦିନ ଆପଣ ମାଙ୍କୁ ଘିଅ ଦ୍ଵିପ ଜଳାଇ ପ୍ରାର୍ଥନା କରନ୍ତୁ ସବୁ ଇଚ୍ଛା ପୂରଣ ହେବ ।
* ନବମୀ ଦିନ ମାଙ୍କୁ ପୂଜା କରିବା ଦ୍ୱାରା ମଣିଷ ଭିତରର ଅସନ୍ତୋଷ , ଘୃଣା , ଅହଙ୍କାର , କ୍ରୋଧ , ଈର୍ଷା , ଆଳସ୍ୟ , ପ୍ରତିଶୋଧ ନାସ ହୋଇଥାଏ ।
* ମାଙ୍କ ସନ୍ତୁଷ୍ଟ କରିବା ପାଇଁ ମାଙ୍କ ନିକଟରେ ରାଶି ଲଡୁ ର ପ୍ରସାଦ ଅର୍ପଣ କରାଯାଏ । ଏହିଦିନ ଆପଣ ମାଙ୍କୁ ବାଇଗଣୀ ରଙ୍ଗର ବସ୍ତ୍ର ଦିଅନ୍ତୁ ଓ ନିଜେ ମଧ୍ୟ ଏହି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
* ନବମୀ ଦିନ ମାଙ୍କ ର ଶେଷ ପୂଜା ହୋଇଥାଏ । ଏହିଦିନ ପୂଜା ସମାପ୍ତି ପରେ ମାଙ୍କୁ ଏପରି ବିଦାୟ ଦେବା ଆବଶ୍ୟକ ଯେପରି କନ୍ୟା କୁ ବିଦାୟ ଦିଆ ଯାଇଥାଏ । ସେଥିପାଇଁ ନବରାତ୍ରୀ ରେ କନ୍ୟା ପୂଜନ ର ବ୍ୟବସ୍ଥା ରହିଛି ।
Shares