Odisha news

ଚୀନ୍ ର ମନମୁଖୀ ଶାସନ : ହ୍ୱାଟସଆପ ଓ ଜି ମେଲ୍ ବ୍ୟବହାର କରୁଥିବା ମୁସଲମାନ ମହିଳା ଙ୍କୁ କରାଗଲା ଗିରଫ

ନୂଆଦିଲ୍ଲୀ : ଉଇଗର ମୁସଲମାନ ମାନଙ୍କ ବିରୁଦ୍ଧରେ ଚୀନ୍ ର ଦମନ୍ ଲୀଳା ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ୍ ର ପୋଲିସ ଓ ସୈନ୍ୟ ସେହି ମୁସଲମାନ ମହିଳାଙ୍କୁ ଗିରଫ କରୁଛନ୍ତି ଯେଉଁମାନେ ହ୍ୱାଟସଆପ ଓ ଜି ମେଲ୍ ବ୍ୟବହାର କରୁଛନ୍ତି । ଚୀନ୍ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଫ୍ରି କ୍ରିମିନାଲ କୁହାଯାଉଛି , ଯେଉଁମାନେ ଭବିଷ୍ୟତ ରେ ବଡ ଅପରାଧ କରି ପାରନ୍ତି । ଏହାକୁ ସାଇବର କ୍ରାଇମ୍ ମଧ୍ୟ କୁହା ଯାଉଛି । ଚୀନ୍ ର ଏହି କାର୍ଯ୍ୟକଳାପ ଗୋଟିଏ ପୁସ୍ତକ ଯାହାର ନାମ ” ଇନ୍ ଦ କ୍ୟାମ୍ପସ : ଚାଇନାସ ହାଇ ଟେକ୍ ପୀନଲ କଲୋନୀ ” ରେ ଲେଖା ଯାଇଛି ।
ଏମିତିରେ ଦେଖିବାକୁ ଗଲେ ଚୀନ୍ ରେ ହ୍ୱାଟସଆପ ଓ ଜି ମେଲ୍ ବ୍ୟବହାର କରିବା ଉଚିତ୍ ନୁହେଁ , କାରଣ ଏଠାରେ ସରକାରୀ ନେଟ୍ ୱର୍କ୍ ଓ ମିଡ଼ିଆ ପ୍ଲାଟ୍ ଫର୍ମ ରହିଛି । କିନ୍ତୁ କିଛି ଲୋକ ଭର୍ଚୁଆଲ ପ୍ରାଇଭେଟ୍ ନେଟ ୱର୍ଜ୍ ପାଇଁ ଏହାକୁ ବ୍ୟବହାର କରି ଥାଆନ୍ତି । ଜଣେ ଚୀନ୍ ଛାତ୍ର ୱାସିଂଟନ୍ ଯାଇଥିଲେ , ସେଠାରେ ରହିଥିବା ଅବସ୍ଥାରେ ସେ ଯେତେବେଳେ ହ୍ୱାଟସଆପ ବ୍ୟବହାର କଲେ , ତାଙ୍କୁ ଚୀନ୍ ପୋଲିସ ଗିରଫ କରି ଜେଲ ରେ ଭର୍ତି କରିଥିଲା ।
ସେ ୬ ମାସ ଜେଲ୍ ରେ ରହିବା ପରେ ତାଙ୍କୁ ଛଡ଼ା ଯାଇଥିଲା ଓ କୁହା ଯାଇଥିଲା ଯେ ସେ ନିୟମ ର ପାଳନ କରିବେ ଓ ପ୍ରତିଦିନ ପ୍ରଶାସନ ନିକଟରେ ହାଜିରା ପକାଇବେ । ଏହି ନିୟମକୁ ଲାଗୁ କରି ବର୍ତ୍ତମାନ୍ ଚୀନ୍ ଉଇଗର୍ ମୁସଲମାନ ମାନଙ୍କୁ ଗିରଫ କରିଛି ।
ପାଖାପାଖି ୧୦ ଲକ୍ଷ ଉଇଗାର ମୁସଲମାନ ଜେଲ୍ ରେ ଅଛନ୍ତି । ଏମାନଙ୍କ ପ୍ରତି ଚୀନ୍ ସରକାର ଙ୍କ ର ଅକଥନୀୟ ଅତ୍ୟାଚାର ଚାଲିଛି । ମିଳିଥିବା ସୂଚନା ଅନୁସାରେ ଚୀନ୍ ରେ ସରକାରଙ୍କ ପକ୍ଷରୁ ଅଧିକାଂଶ ଲୋକଙ୍କ ଉପରେ ହାଇଟେକ୍ ମନିଟରିଂ କରାଯାଇ ଥାଏ । ଯେଉଁ କାରଣରୁ ଜଣା ପଡି ଯାଏ ଯେ ସେମାନେ କୌଣସି ପ୍ରକାର ବିରୋଧାତ୍ମକ ମନ୍ତବ୍ୟ ସରକାରଙ୍କ ବିରୁଦ୍ଧରେ ନଦେଇ ପାରନ୍ତୁ ।
Shares