Odisha news

ରକ୍ଷକ ହେଲା ଭକ୍ଷକ : ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଇ ପିତା କଲେ ଝିଅକୁ ବଳାତ୍କାର , ୧୭ ବର୍ଷର ଝିଅ କହିଲା ଦୁଃଖ ଯନ୍ତ୍ରଣା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲଳିତ ପୁର ରୁ ଗୋଟିଏ ଯନ୍ତ୍ରଣା ଦାୟକ ଘଟଣା ସାମ୍ନା କୁ ଆସିଛି , ଯାହା ଛାତି ଥରାଇ ଦେଇଛି । ଗୋଟିଏ ୧୭ ବର୍ଷ ବୟସର ଝିଅ ତାଙ୍କ ପିତାଙ୍କ ସମେତ ୨୮ ଜଣଙ୍କ ଉପରେ ଧର୍ଷଣ ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଝିଅଟି କହିଛି ଯେ ଅନେକ ବର୍ଷ ଧରି ତାଙ୍କୁ ତାଙ୍କ ପିତାଙ୍କ ସମେତ ଅନ୍ୟ ୨୭ ଜଣ ମିଶି ଧର୍ଷଣ କରିଥିଲେ । ଏହି ତଥ୍ୟ ଆଧାରରେ ଲଳିତ ପୁର ପୋଲିସ ଗୋଟିଏ FIR ଦର୍ଯ କରିଛନ୍ତି ।
ଏଥିରେ ଅନେକ ରାଜନେତା ସାମିଲ ଅଛନ୍ତି –
ଏହି ଧର୍ଷଣ ମାମଲାରେ ସମାଜବାଦୀ ପାର୍ଟି ର ନେତା ସହର ଅଧକ୍ଷ ,ବହୁଜନ ସମାଜବାଦୀ ନେତା ସାମିଲ ଅଛନ୍ତି । ଅରୋପୀ ମାନଙ୍କ ଉପରେ ବିଭିନ୍ନ ଦଫା ଲାଗିଛି ।
ଝିଅଟି କହିଛି ସେ ଯେତେବେଳେ ୬ଷ୍ଠ ଶ୍ରେଣୀରେ ପଢୁଥିଲେ ତାଙ୍କ ପିତା ପର୍ନ ଭିଡିଓ ଦେଖାଇ ସ୍କୁଲ୍ ଛାଡ଼ିବା ବାହାନାରେ ଗୋଟିଏ ନିର୍ଜନ ସ୍ଥାନକୁ ନେଇ ପ୍ରଥମେ ଧର୍ଷଣ କରିଥିଲେ । ତାଙ୍କ ପିତା ଧମକ ଦେଇଥିଲେ ଯେ ଯଦି ଏହି କଥା କହିବୁ ମାକୁ ମାରିଦେବି , ଯେଉଁ କାରଣରୁ ଝିଅଟି ଚୁପ୍ ରହିଥିଲା ।
ଏହାର କିଛିଦିନ ପାରେ ତାଙ୍କ ପିତା ସ୍କୁଲ୍ ରାସ୍ତାରେ ଗୋଟିଏ ହୋଟେଲ କୁ ନେଇ ଖାଦ୍ୟରେ ନିଶା ମିଶାଇ ବେହୋସ୍ କରିଥିଲେ । ଏହାପରେ ଜଣେ ମହିଳାଙ୍କୁ ଦେଇ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ଗୋଟିଏ କୋଠରୀ ଭିତରେ ତାଙ୍କୁ ନେଇ ଛାଡ଼ି ଦେଇଥିଲେ । କିଛି ସମୟ ପରେ ଗୋଟେ ଲୋକ ସେହି କୋଠରୀ ଭିତରକୁ ଆସିଥିଲା , ଏହାପରେ ଝିଅଟି ବେହୋସ୍ ହୋଇ ଗଲା । ହୋସ ରେ ଆସିବା ପରେ ଦେଖିଲା ଯେ ସେ ନିର୍ବାସ୍ତ୍ର ଥିଲା ଓ ଗୋଡ଼ରେ ଜୋତା ମଧ୍ୟ ନଥିଲା । ପେଟରେ ଗଭୀର ଯନ୍ତ୍ରଣା ହେଉ ଥିଲା ।
ଝିଅଟି କହିଛି ଧୀରେ ଧୀରେ ଏହି କାର୍ଯ୍ୟକ୍ରମ ଲାଗି ରହିଲା ଓ ହୋଟେଲ ମଧ୍ୟରେ ପ୍ରାୟ ସବୁଦିନ ନୂଆ ନୂଆ ଲୋକ ତା ଜୀବନକୁ ଆସିଲେ । ଯେଉଁ ବ୍ୟକ୍ତି ତାକୁ ଧର୍ଷଣ କରୁଥିଲେ ସମସ୍ତେ କହୁଥିଲେ ଯେ ତାର ପିତା ହିଁ ତା ନିକଟକୁ ପଠାଇ ଛନ୍ତି। ଝିଅଟି କହିଛି ଯେ ଯେତେବେଳେ ସିଏ ନିଜ ଚାଚା ଙ୍କ ଘରକୁ ଗଲା ତାର ଚାଚା ମାନେ ମଧ୍ୟ ଏପରି ଦୁଷ୍କର୍ମ କରିଥିଲେ ଓ ତାର ଜେଜେମା ସମସ୍ତ ଘଟଣା ଜାଣି ସୁଧା ଏହାକୁ ଚାପି ଦେଇଥିଲେ ।
ଲଳିତ ପୁର ପୋଲିସ କହିଛି ଏହା ଗୋଟିଏ ସମ୍ବେଦନଶୀଳ ଘଟଣା ଅଟେ ଓ ଏହାକୁ ଆମେ ଗମ୍ଭୀରତା ର ସହିତ ଦେଖୁଚୁ । ପୀଡ଼ିତା ଙ୍କ ଡାକ୍ତରୀ ମଇନା କରାଯାଇ ଧାରା ୧୬୧ ଅନୁସାରେ ବୟାନ ରେକର୍ଡ କରାଯାଇଛି ।
Shares