Odisha news

ରାଶି ଅନୁସାରେ ୨୦୨୧ ରେ ଆପଣଙ୍କ ପାଇଁ ଲକ୍କି ରଙ୍ଗ କଣ ହେବ : ଆସନ୍ତୁ ଜାଣିବା

0

ହିନ୍ଦୁ ଧର୍ମରେ ପ୍ରାୟତଃ ସମସ୍ତେ ଭଗବତ ବିଶ୍ୱାସୀ ,ତା ସହିତ ଜ୍ୟୋତିଷ ଶାସ୍ତ୍ର ଉପରେ ମଧ୍ୟ ବିଶ୍ୱାସ କରିଥାନ୍ତି l ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ଶରୀରରେ ୭ଟି ଚକ୍ର ରହିଛି,ପୁରାଣ ଅନୁସାରେ ସୂର୍ଯ୍ୟ ଦେବତାଙ୍କ ରଥରେ ମଧ୍ୟ ୭ଟି ଘୋଡା ରହିଛି l ଆମର ପୁରାଣ ଓ ଧାର୍ମିକ ଦୃଷ୍ଟିରୁ ମଧ୍ୟ ଆମ ଜୀବନରେ ସାତଟି ରଙ୍ଗକୁ ମହତ୍ୱ ଦିଆଯାଇଥାଏ l ପ୍ରତେକଟି ରଙ୍ଗର ଯେ କୌଣସି ରାଶି ସହିତ କିଛି ନା କିଛି ସମ୍ପର୍କ ରହିଛି l ରଙ୍ଗ ମାନଙ୍କ ବିନା ଜୀବନ ବିଷୟରେ ଭାବିବା ମଧ୍ୟ କଷ୍ଟକର,ଆମ ଜୀବନରେ ରଙ୍ଗର ଅନେକ ମହତ୍ୱ ରହିଛି lଏଥି ମଧ୍ୟରେ ୨୦୨୧ ମଧ୍ୟ ଆସି ଯାଇଛି ,ଚଳିତ ବର୍ଷ ଆମ ରାଶି ଚକ୍ରର ରଙ୍ଗ ସହିତ କଣ ରହିଛି ସମ୍ପର୍କ ଆସନ୍ତୁ ଜାଣିବା l

*ମେଷ ରାଶି -ଏହି ରାଶିର ବ୍ୟକ୍ତି ମାନେ ନାଲି ରଙ୍ଗର ବସ୍ତ୍ର ଅଧିକ ପିନ୍ଧିବା ଆବଶ୍ୟକ l ଖାସକରି ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ,ଏହାଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ଶୁଭ କାର୍ଯ୍ୟ ହେବ l

* ବୃଷ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୀଳ ,ସବୁଜ ,ଗୋଲାପୀ ଓ ମୟୁର ପଙ୍ଖରଙ୍ଗର ଅନେକ ମହତ୍ୱ ରହିଛି l କିନ୍ତୁ ସବୁଠାରୁ ଅଧିକ ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ କରିବା ଆବଶ୍ୟକ l

* ମିଥୁନ ରାଶି -ଚଳିତ ବର୍ଷ ଆପଣ ହାଲୁକା ସବୁଜ ରଙ୍ଗର ପୋଷାକ ପିନ୍ଧିବା ଆବଶ୍ୟକ l ତା ସହିତ ଆପଣ ରୂପେଲି କିମ୍ବା ସ୍ଵର୍ଣ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ l ଖାସକରି ବୁଧବାର ଦିନ ହାଲୁକା ସବୁଜ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ l

* କର୍କଟ ରାଶି – ଆପଣଙ୍କ ରାଶି ଅନୁସାରେ ମୋତି ,ହାଲୁକା ନୀଳ ରଙ୍ଗ ଶୁଭ ଅଟେ l ଚେଷ୍ଟା କରନ୍ତୁ ପ୍ରତେକ ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବେ l

*ସିଂହ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଗାଢ଼ ହଳଦିଆ ,ନାଲି ,ଗାଢ଼ ନାରଙ୍ଗୀ ରଙ୍ଗର ବସ୍ତ୍ର ଶୁଭ ଅଟେ l ଖାସକରି ରବିବାରଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ l

* କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୀଳ ,ହଳଦିଆ ,ସବୁଜ ରଙ୍ଗ ଶୁଭ ଅଟେ l ଯଦି ଆପଣ ନିର୍ଦ୍ଧିଷ୍ଟ କୌଣସି କାର୍ଯ୍ୟରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ l

* ତୁଳା ରାଶି -ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ରୟାଲ ବ୍ଲୁ ,ଗୋଲାପୀ ଓ ବାଇଗଣୀ ରଙ୍ଗ ଉପଯୁକ୍ତ ଅଟେ l ଆପଣ ପ୍ରତେକ ଶୁକ୍ରବାର ଦିନ କ୍ରିମ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ,ଯାହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଆସିବ l

* ବିଛା ରାଶି – ଆପଣଙ୍କ ପାଇଁ ଗାଢ଼ ରଙ୍ଗର ଅନେକ ମହତ୍ୱ ରହିଛି l ଚଳିତ ବର୍ଷରେ ଆପଣ ଗାଢ଼ ନାଲି ,ଗାଢ଼ ପାଉଁଶିଆ ଓ ଖଇରିଆ ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ l ଯଦି ଆପଣ ନିଜ ଜୀବନରେ ସକାରତ୍ମକ ପରିସ୍ଥିତି ଚାହୁଁଛନ୍ତି ତେବେ ପ୍ରତେକ ମଙ୍ଗଳବାର ଗାଢ଼ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ l

* ଧନୁ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବାଇଗଣୀ ରଙ୍ଗର ଅନେକ ମହତ୍ୱ ରହିଛି ,ଯଦି ଆପଣ ଚାହିଁବେ ତେବେ ନୀଳ ରଙ୍ଗର ପୋଷାକ ପିନ୍ଧି ପାରିବେ l କିନ୍ତୁ ପ୍ରତେକ ଗୁରୁବାର ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ ଅଟେ l

*ମକର ରାଶି – ମକର ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷ ସବୁଠୁ ଶୁଭ ରଙ୍ଗ ହେଲା କଳା l ଆପଣ ଚାହିଁଲେ ପାଉଁଶିଆ ଓ ବାଇଗଣୀ ବସ୍ତ୍ର ପିନ୍ଧି ପାରିବେ ,କିନ୍ତୁ ପ୍ରତେକ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ଅଟେ l

*କୁମ୍ଭ ରାଶି – ଚଳିତ ବର୍ଷ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଶୁଭ ରଙ୍ଗ ହେଲା ସବୁଜ ଓ ବାଇଗଣୀ ଅଟେ l ଆପଣ ପ୍ରତେକ ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ମିଶ୍ରଣ ପୋଷାକ ପିନ୍ଧିବା ଆବଶ୍ୟକ l

*ମୀନ ରାଶି -ଚଳିତ ବର୍ଷ ଆପଣ ବାଇଗଣୀ ,ସି ଗ୍ରୀନ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ l ଯଦି ସମ୍ଭବ ତେବେ ପ୍ରତେକ ଗୁରୁବାର ହାଲୁକା ହଳଦିଆ ପୋଷାକ ପିନ୍ଧିବା ଆବଶ୍ୟକ ,ଏହା ଆପଣଙ୍କ ପାଇଁ ଶୁଭ ହେବ l

Leave A Reply