ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ହାଇ-ପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି । ଏଥିରେ ସମ୍ପୃକ୍ତ ୭ ଜଣ ଯୁବତୀଙ୍କ ସହ ୫ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି। ଏହା ସହ ପୋଲିସ ବହୁ ବିଳାସପୂର୍ଣ୍ଣ ଗାଡି, ମୋବାଇଲ ଏବଂ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ।
ପୋଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରାଯିବା ପରେ ଅନେକ ଗୁମର ଫିଟିଥିଲା । ଗ୍ରାହକଙ୍କୁ ଅନଲାଇନରେ ବୁକ୍ କରାଯାଉଥିଲା। ମଧ୍ୟପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରୁ ଯୁବତୀମାନଙ୍କୁ ଅଣାଯାଇ ଏହି ଘରେ ରାକେଟ୍ ଚଳାଇଥିଲେ କିଙ୍ଗପିନ୍ । ଏହା ବ୍ୟତୀତ ନିକଟସ୍ଥ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଯୁବତୀମାନଙ୍କୁ ଅଣାଯାଇ ରାକେଟରେ ନିୟୋଜିତ କରାଯାଉଥିଲା ।
ଏହି ଅଞ୍ଚଳରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସେହି ଅଞ୍ଚଳରେ ଥିବା ଏକ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ସେହି ଘରୁ ୭ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ୫ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଘର ମାଲିକ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି ।