ଏହି ଦୁନିଆରେ ପ୍ରାୟ ସମସ୍ତ ମନୁଷ୍ୟ ସବୁ ଜିନିଷ ଖାଇ ନଥାନ୍ତି l କିଛି ମନୁଷ୍ୟ ଥାନ୍ତି ଯେଉଁ ମାନେ ସାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି l ଆଉ କିଛି ମନୁଷ୍ୟ ଥାନ୍ତି ଯେଉଁମାନେ ମାଂସାହାରୀ ଅଟନ୍ତି l ଆଜିର ଏହି ଲେଖାଟି ଆମର ସାକାହାରୀ ଓ ମାଂସାହାରୀ ବ୍ୟକ୍ତିଙ୍କ ଉପରେ ,ସେହିଭଳି ବ୍ୟକ୍ତି ମାନଙ୍କର ପ୍ରେମମୟ ଜୀବନ ଉପରେ କିଭଳି ପ୍ରଭାବ ପକାଇଥାଏ ଗୋଟିଏ ଗବେଷଣାର ତଥ୍ୟକୁ ନେଇ ପ୍ରକାଶ କରିଛୁ l ଏହି ଗବେଷଣାର ତଥ୍ୟଟି ଜର୍ଣ୍ଣାଲ ଅଫ ସୋସିଆଲ ସାଇକୋଲୋଜିରେ ପ୍ରକାଶ କରାଯାଇଛି l ସାକାହାରୀ ଲୋକମାନେ ତାଙ୍କ ଭଳି ସାକାହାରୀ ବ୍ୟକ୍ତି ମାନଙ୍କ ସହିତ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି l
ଗବେଷକ ମାନଙ୍କ ମତରେ ସାକାହାରୀ କେବଳ ଗୋଟିଏ ଖାଦ୍ୟ ନୁହେଁ ଏହା ବ୍ୟକ୍ତିର ସାମାଜିକ କାର୍ଯ୍ୟ କଳାପ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ଅଧିକାଂଶ ଲୋକ ଆମିଷ ଓ ନିରାମିଷ ଉଭୟ ଖାଦ୍ୟକୁ ପସନ୍ଦ କରି ଥାନ୍ତି l କିଛି ଲୋକଙ୍କୁ ତାଙ୍କର ଖାଦ୍ୟ ପଦାର୍ଥକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯାଇଥିଲା l ସେମାନଙ୍କୁ ବିଶେଷ କରି ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କର ଖାଦ୍ୟର ରୁଚିକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା l ଏହି ଗବେଷଣାରେ ଅଧିକାଂଶ ବ୍ୟକ୍ତି ମାନଙ୍କର ପ୍ରେମ ଜୀବନକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ସେମାନେ ମତ ଦେଇଥିଲେ ଯେ ତାଙ୍କ ପାଟ୍ଟନରର ଖାଦ୍ୟ ରୁଚି ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ମତ ଦେଇଥିଲେ l ସେମାନଙ୍କ ମତରେ ତାଙ୍କ ବନ୍ଧୁ କିମ୍ବା ବାନ୍ଧବୀ କଣ ଖାଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଗୁରୁତ୍ୱ ପୂର୍ଣ୍ଣ ହେଲା ତାଙ୍କ ପାଟ୍ଟନର ତାଙ୍କ ସହିତ କିପରି ସମ୍ପର୍କ ରଖି ପାରୁଛି l
ଗବେଷକ ମାନଙ୍କ ମତରେ ଖାଦ୍ୟ ପଦାର୍ଥ ମଧ୍ୟ କିଛି ମାତ୍ରାରେ ପ୍ରେମ ଜୀବନ ଉପରେ ପ୍ରଭାବ ପକାଇଥାଏ l ଆମେରିକା ଲୋକ ମାନଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣା ପଡିଲା ଯେ ସାକାହାରୀ ଲୋକ ମାଂସାହାରୀ ଲୋକଙ୍କ ଅପେକ୍ଷା ,ମାଂସ ନଖଉଥିବା ଲୋକ ମାନଙ୍କ ସହିତ ବନ୍ଧୁତା କରିବାକୁ ପସନ୍ଦ କରି ଥାନ୍ତି l ଆମେରିକାର ଏହି ଗବେଷଣାରେ ଆଉ ଗୋଟିଏ ତଥ୍ୟ ଜଣା ପଡିଲା ସାକାହାରୀ ଲୋକ ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି l ଏହି ଗବେଷଣାର ମୁଖ୍ୟ ଉଦେଶ୍ୟ ଥିଲା ସାକାହାରୀ ଓ ମାଂସାହାରୀ ବ୍ୟକ୍ତି ମାନଙ୍କ ପ୍ରେମ ଜୀବନକୁ ପରଖିବା l ମାଂସାହାରୀ ବ୍ୟକ୍ତି ମାନେ ସାଧାରଣତଃ ଉତେଜିତ ଶୋଭାବର ହୋଇ ଥାନ୍ତି l ସେମାନେ ନିଜ ପଟ୍ଟନର ସହିତ ଭଲ ସମ୍ପର୍କ ରଖିଥିଲେ ମଧ୍ୟ ବେଳେବେଳେ ଉତେଜିତ ହୋଇ ସମ୍ପର୍କ ଭାଙ୍ଗିବାକୁ ପଛାନ୍ତି ନାହିଁ l