ପାରଳାଖେମୁଣ୍ଡି : ଲକଡାଉନ ସ୍ବତ୍ତେ ବିନା ଅନୁମତିରେ ଚାଲିଥିଲା ବାହାଘର, ଶହ ଶହ ଲୋକଙ୍କ ଭିଡରେ ବୁଲୁଥିଲେ କନିଆ ସାଥିରେ ବରଯାତ୍ରୀ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଧାମୁଣିଗାଁର ଘଟଣା, ନାକା ପଏଣ୍ଟର ନିକଟରେ ବାହାଘର ଚାଲିଥିଲେ ସୁଧା ଜାଣି ପାରିଲାନି ପୋଲିସ, ବରଯାତ୍ରୀ ବୁଲା ସରିବା ପରେ ପୋଲିସ ପହଞ୍ଚି ବର ବାପାଙ୍କୁ ଉଠାଇ ନେଲା , କଣ କରୁଥିଲେ ସରପଞ୍ଚ, କଣ କରୁଥିଲେ ଗାଁ ଭଲିଣ୍ଟର କୁଆଡେ ଗଲା ସେ ସଚେତନତା ଦିନ ସାରା ବାହାଘର ଭୋଜି ସବୁ ପରେ ବରଯାତ୍ରୀ ବି ବୁଲିଲା ଗାଁ ସାରା କେହି କାହିଁକି ବାରଣ କଲେନାହିଁ, ପୋଲିସକୁ ବି ଖବର ଦେଲେ ନାହିଁ, ସରପଞ୍ଚ ନିଜେ ବାହାଘରରେ ସାମିଲ ହୋଇଥିଲେ କିନ୍ତୁ ଲଗଡାଉନ କଟକଣା ସ୍ବତ୍ତେ ବାହାଘରକୁ ବାରଣ କରିନଥିଲେ , ଦିନକୁ ଦିନ ରାଜ୍ୟ ତଥା ଦେଶରେ ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ସମସ୍ତେ ଚିନ୍ତିତ କିନ୍ତୁ ଏତେ ସବୁ ସଚେତନ କଲା ପରେବି ଶହ ଶହ ଲୋକ ରୁଣ୍ଡ ହୋଇ ବାହାଘର ଆୟୋଜନ କରାଯାଉଛି। ତାହା ହେଲେ ସାମାଜିକ ଦୂରତ୍ୱ କୌଠି ରହିଛି। କଟକଣା ଆଉ କାହା ପାଇଁ କେବଳ ସାଧାରଣ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ବଜାରକୂ ଗଲା ବେଳେ କଣ କଟକଣା, ଯେଉଁମାନେ ସବୂ ବାହାଘରରେ ସାମିଲ ହୋଇଥିଲେ ସେମାନେ କଣ ଲକଡାଉନ ନିୟମର ଉଲ୍ଲଘଂନ କରିନାହାନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି କୁଣ୍ଠା ବୋଧ କରୁଛି ? କେବଳ ବରର ବାପାକୁ ଅଟକ ରଖି କାମ ସାରି ଦେଇଛି ।