ନୂଆପଡା- ୯/୫ ନୂଆପଡା ଜିଲ୍ଲା ସିଲଦା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟଳୟ ପରିସର ମଧ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାଓକ୍ୟାମ୍ପ ଠାଵର ସୂଚନା ଦେଇଛନ୍ତି ଏସ.ପି ବିନୀତ କୁମାର ଅଗ୍ରୱାଲ। । ବୋଡେ଼ନ ବ୍ଲକ ଭାଇସାଦାନୀ ଗ୍ରାମପଂଚାୟତ ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି ଯବାନ ଏବଂ ମାଓବାଦୀମାଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏସଓଜି ଯବାନ ମନେ କମ୍ବିଂ ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଏହାର ଜବାବ ରେ ଯବାନ ମାନେ ଗୁଳିଚାଲନ କରିଥିବା ଏସପି ଅଗ୍ରୱାଲ ଜଣାଇଛନ୍ତି।
ଘଟଣା ସ୍ଥଳ ରୁ ମାଓବାଦୀମାନେ ପଳାଇ ଥିବା ବେଳେ ଏକ ମାଓକ୍ୟାମ୍ପ ଠାବ କରିଥିବା ଜଣାପଡ଼ିଛି। ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ବେଳେ ମାଓ ପ୍ରଚାର ପତ୍ର, ଟର୍ଚ୍ଚ ଲାଇଟ,ପାଣି ଜଗ, ପାଣି ବୋତଲ, ରାନ୍ଧ ସାମଗ୍ରୀ,ପ୍ଲାଷ୍ଟିକ ଜାର୍କୀନ,ବିଦ୍ୟୁତ ମିଟର ଗୋଟିଏ ମୋବାଇଲ ଚାର୍ଜର, ଟିଫିନ କେରିଆର,ପ୍ଲାଷ୍ଟିକ ଦଉଡି ଆଦି ବିପୁଳ ସାମଗ୍ରୀ ଜବତ କରିଛନ୍ତି। ଆଜି ଏସ.ପି ଶ୍ରୀ ଅଗ୍ରୱାଲ ଏହି ଉପରୋକ୍ତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି।