Odisha news

ଗଂଜାମ ଜିଲ୍ଲାରୁ ଅପରାହ୍ନରେ ପୁଣି ଥରେ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି।  ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି ଯାହା ରାଜ୍ୟରେ ସର୍ବାଧିକ।

I & PR Department, Odisha

@IPR_Odisha

6th Health Update, 9th May

Five positive cases in Ganjam

39 yr Male, 49 yr Male, 16 yr Male 48 yr Male & 45 yr Male

(Surat returnees In quarantine All symptomatic)
Contact tracing and follow-up action is being done.

Total Positive Case: 294

119 people are talking about this

ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କୁ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି। ୬୮ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ୨୨୪ ଆକ୍ଟିଭ କେଶ ରହିଛନ୍ତି। ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

Leave A Reply