Odisha news

ସରକାରୀ ନିୟମକୁ ଖୋଲାଖୋଲି ଚ୍ୟାଲେଜଂ : ସାନଭାଇ ଚୋରା ମଦ ବିକ୍ରି କରି ଜେଲରେ,ବଡଭାଇ ଦୋକାନ ଖୋଲି ଖୋଲାଖୋଲି ବିକୁଛନ୍ତି ବିଦେଶୀ ମଦ

0

ଅନୁଗୁଳ: ରାଜ୍ୟ ସରକାର ଅନଲାଇନରେ ବିଦେଶୀ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଅନୁଗୁଳରେ ମଦ ବେପାରୀ ଏହାକୁ କରୁଛନ୍ତି ଖୋଲାଖୋଲି ଉଲ୍ଲ୍ଘଂନ । ଜନୈକ ମଦ ବେପାରୀଙ୍କ ସାନ ଭାଇ ଲକ୍ ଡାଉନ୍ ସମୟରେ ଚୋରା ମଦ ବିକ୍ରି କରି ମାସେରୁ ଉଦ୍ଧ୍ୱର୍ ସମୟ ଜେଲରେ ଥିବା ବେଳେ ତାଙ୍କ ବଡଭାଇ ଅନଲାଇନରେ ମଦ ବିକି୍ରି ନକରି ଖୋଲାଖୋଲି ଭାବେ ଦୋକାନ ଖୋଲି ମଦ ବିକ୍ରିକରୁଥିବା ଘଟଣା ସମଗ୍ର ଅନୁଗୁଳ ଜିଲ୍ଲାରେ ଚର୍ଚାର ବିଷୟ ହେବା ସହ ସମ୍ପୃକ୍ତ ମଦ ବ୍ୟବସାୟୀ ସରକାରୀ ଆଇନକୁ ଖୋଲାଖୋଲି ଚ୍ୟାଲେଜଂ କରୁଥିବା ଦେଖାଯାଇଛି ।

ଗୁରୁବାର ଦିନ ସକାଳେ ଅନୁଗୁଳ ବସଷ୍ଟାଣ୍ଡରେ ଥିବା ସମ୍ପୃକ୍ତ ମଦ ବ୍ୟବସାୟୀ ଦୋକାନର ସଟର ଖୋଲି ସମସ୍ତ ସରକାରୀ ନିୟମକୁ ଓ ସାମାଜିକ ଦୂରତ୍ୱକୁ ଉଲ୍ଲ୍ଘଂନ କରି ଗ୍ରାହକଙ୍କୁ ପେଟି ପେଟି ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ସରକାରୀ ନିୟମ ଅନୁଯାୟୀ ବିଦେଶୀ ମଦ ଅନଲାଇନରେ ଜଣେ ଗ୍ରାହକଙ୍କୁ ୨୫୦ ଲିଟର ଓ ୫ ଲିଟର ବିୟର ଦେବାର ନିୟମ ରାଜ୍ୟ ସରକାର କଡାକଡି ଭାବେ ଲାଗୁ କରିଥିବା ବେଳେ ଅନୁଗୁଳରେ କିନ୍ତୁ ଗ୍ରାହକ ମାନଙ୍କୁ ପେଟି ପେଟି ମଦ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲାଯେ ସମ୍ପୃକ୍ତ ମଦ ବ୍ୟବସାୟୀ ରମେଶ ସାହୁଙ୍କ ସାନଭାଇ ଲକ୍ ଡାଉନ୍ ସମୟରେ ନିଜ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିରେ କରାଯାଇଥିବା ସରକାରୀ ସିଲକୁ ଭାଙ୍ଗି ଚୋରାରେ ଲକ୍ଷାଧିକ ଟଙ୍କାର ମଦ ବିକି୍ର କରୁଥିବା ବେଳେ ଅନୁଗୁଳ ଆଇ.ଜି ନରସିଂହ ଭୋଳ ଓ ,ଏସ.ପି ଜଗମୋହନ ମିନାଙ୍କ ନିଦେ୍ର୍ଦଶରେ ପୁଲିସ ସମ୍ପୃକ୍ତ ଭାଟି ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଓ ପୋଚ ଜବତ କରିଥିବା ବେଳେ ଭାଟିର ପଟାଦାର ବିକ୍ରମ ସାହୁଙ୍କ ସମେତ ୪୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିଲେ ।

ବିଗତ ମାସେରୁ ଉଦ୍ଧ୍ୱର୍ ସମୟ ହେବ ବିକ୍ରମ ସାହୁ ଓ ସମ୍ପୃକ୍ତ ଚୋରା ମଦ ବେପାରୀ ମାନେ ଜେଲରେ ଥିବା ବେଳେ ତାଙ୍କର ବଡଭାଇ ରମେଶ ସାହୁ ତାଙ୍କ ଲାଇସେନ୍ସ ପ୍ରାପ୍ତ ଅନୁଗୁଳ ଓ ନାଲକୋ ଅଚଂଳରେ ଥିବା ବିଦେଶୀ ମଦ ଦୋକାନକୁ ସଟର ଖୋଲି ଖୋଲାଖୋଲି ଭାବେ ସରକାରୀ ନିୟମକୁ  ଉଲ୍ଲ୍ଘଂନ କରି ଗ୍ରାହକଙ୍କୁ ପେଟି ପେଟି ମଦ ବିକ୍ରି କରୁଥିବା ଘଟଣା ଦେଖିବାକୁ ମିଳିଛି । ଶ୍ରୀ ସାହୁ ଖୋଲାଖୋଲି ଭାବରେ ସରକାରୀ ନିୟମକୁ ଉଲ୍ଲ୍ଘଂନ କରିବା ସହ ସାମାଜିକ ଦୂରତ୍ୱକୁ ବି ଉଲ୍ଲ୍ଘଂନ କରୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ଚୁପ୍ ରହୁଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Nalco

Leave A Reply