ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ମହାବିଦ୍ୟାଳୟ ନିକଟରୁ ୩ଟି ଶାଳିଆ ପତନି ଉଦ୍ଧାର କରାଯାଇଛି । ବନ୍ତଳା ମହାବବିଦ୍ୟାଳୟ ଫିଜିକ୍ସ ଅଧ୍ୟାପକ ଅଦୈତ ପ୍ରସାଦ ସାହୁଙ୍କ ଘରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ୩ଟି ଶାଳିଆ ପତନି ରହୁଥିଲେ । ନିରୀହ ଜୀବ ଗୁଡିକୁ ଉଦ୍ଧାର କରିବା ସକାଶେ ଅଧ୍ୟାପକ ଶ୍ରୀ ସାହୁ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ ।
ଖବର ପାଇ ଆଦିତ୍ୟଙ୍କ ସମେତ ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ, ଡେପୁଟି ରେଜଂର ଜୟନ୍ତ ସାହୁ, ସାଥି ପରିବାର ସଭାପତି ସିଦ୍ଧାର୍ଥ ପ୍ରଧାନ ଏବଂ ବନରକ୍ଷୀ ବଶିଷ୍ଟ ଦେହୁରୀ ଘଟଣା ସ୍ଥଳରେ ପହଁଚିଂ ଦୀର୍ଘ ଦେଢ଼ଘଟାଂ ପରିଶ୍ରମ କରି ୩ଟି ଶାଳିଆ ପତନିକୁ ସଫଳତାର ସହ ଉଦ୍ଧାର କରିଥିଲେ । ଏବଂ ପରବର୍ତୀ ସମୟରେ ବନାଚଂଳ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେଶାଳିଆ ପତନି ଗୁଡିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଥିଲା ।