Odisha news

ରାଜ୍ୟରେ ପ୍ରଥମ ଥର ପାଇଁ ବିଦ୍ୟୁତ୍ ଚାଳିତ କାର ଚାଲିଲା

0

ବଅଁରପାଳ: ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହିତ କରିବାକୁ ଯାଇ ଟାଟା ଷ୍ଟିଲ ବିଏସଏଲ ଢ଼େଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଠାରେ ଥିବା ଏହାର କମ୍ପାନୀ ପ୍ଲାଟଂରେ ୬ଟି ବିଦ୍ୟୁତ୍ ଚାଳିତ କାରସେବା ଆରମ୍ଭ କରିଛି ରାଜ୍ୟରେ ପ୍ରଥମ ଥର ଲାଗି କମର୍ସିିଆଲ ବିଦ୍ୟୁତ୍ କାର ଭାବେ ଟାଟା ମୋଟର୍ସ ଦ୍ୱାରା ନିର୍ମିତ ଏହି ଟାଟା ଟିଗୋର ଭଳି କାରସେବା ଆରମ୍ଭ ହେଲା ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁଗୁଳ ଡିଭିଜନର ଆଚଂଳିକ ଅଧିକାରୀ ଡା. ଅନୁପ ମଲ୍ଲିକ, କମ୍ପାନୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବୋଧ ପାଣ୍ଡେ ୨ କାରକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ।

ଏ ନେଇ ଡା.ମଲ୍ଲିକ କହିଛନ୍ତି ଯାନବାହାନ ପ୍ରଦୂଷର ନିୟନ୍ତ୍ରଣରେ ଓଡିଶା ପାଇଁ ଏହା ଏକ ନୂତନ ଆରମ୍ଭ ଓଡିଶାରେ ପ୍ରଥମ ଥର ଲାଗି କମର୍ସିିଆଲ ବିଦ୍ୟୁତ୍ କାର ଟାଟା ବିଏସଏଲ ଆରମ୍ଭ କରିଥିବାରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦେ୪ପ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି । ଏହା କମ୍ପାନୀ ପରିବେଶ ଅନୁକୁଳ ଦୀର୍ଘମିଆଦି ପଦକ୍ଷେପର ଅଂଶବିଶେଷ । ଏହି ଅବସରରେ କମ୍ପାନୀ କର୍ପୋରେଟ ସେବାମୁଖ୍ୟ ମଣିକାନ୍ତ ନାୟକ,ଆଇରନ ମେକିଂ ମୁଖ୍ୟ ଗରିଧର ନାରାୟଣନ, ପରିବେଶ ମୁଖ୍ୟ ସରୋଜ ବାନାର୍ଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Govt
Leave A Reply