Odisha news

ପୋଷାକ ତତ୍ୱର ପାୱାର ହାଉସ ହେଉଛି ଲିଚୁ କୋଳି, ନିହାତି ଗ୍ରୀଷ୍ମ ଋତୁରେ ସେବନ କରନ୍ତୁ

0

ଗ୍ରୀଷ୍ମ ଋତୁର ଫଳ ଗୁଡିକ ପୋଷାକ ତତ୍ତ୍ୱରେ ଭରପୁର ଅଟେ, ଏବଂ ସେହି ଫଳ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଲିଚୁ l ଯାହାକି ସ୍ୱାସ୍ଥ୍ୟ ର ଗନ୍ତାଘର ଅଟେ l ତ୍ୱଚା ପାଇଁ ଲିଚୁ ଖୁବ ଉପକାରୀ, ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ l ଯାହାକି ସ୍କିନ କୁ ସୁସ୍ଥ ଓ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ l

– ସ୍କିନ କୁ ନଷ୍ଟ କରିବାରୁ ଦୁରେଇ ରଖିଥାଏ –
ଫ୍ରି ରେଡ଼ିକୁଲସ କାରଣରୁ ସ୍କିନ କୋଷିକା ରେ ସମସ୍ୟା ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ସ୍କିନ ନଷ୍ଟ ହୋଇଯାଇ ଥାଏ l ଲିଚୁ ବିଭିନ୍ନ ପ୍ରକାର ଭିଟାମିନ ଭରପୁର ମାତ୍ରାରେ ରହିଥାଏ l ଶରୀର କୁ ଜଳୀୟ ଅଂଶ ଯୋଗାଇଥାଏ ଲିଚୁ l

– ଏଜିଙ୍ଗ ର ଲକ୍ଷଣ କୁ କମାଇଥାଏ –
ଆମ ଜୀବନଶୈଳୀ ଦ୍ୱାରା ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପ୍ରଭାବିତ ହୋଇଥାଏ, ତେଣୁ ଆଣ୍ଟି ଏଜିଙ୍ଗ ଫୁଡ ନିର୍ଦ୍ଧିଷ୍ଟ ବୟସ ପରେ ନିହାତି ସେବନ କରିବା ଜରୁରୀ l ସେଥିମଧ୍ୟରୁ ଲିଚୁ ଗୋଟିଏ, ଲିଚୁ ତ୍ୱଚା କୁ ସୁସ୍ଥ ରଖିଥାଏ ଏବଂ ନିୟମିତ ସେବନ ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ l

– ମୁହଁ ର ଦାଗ ଦୂର ହୁଏ –
ଲିଚୁ ରେ ଓଲିଗୋନେଲ ନାମକ ବିଶେଷ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଛି l ଯାହାକି ମୁହଁ ରୁ ବ୍ରଣ ଦାଗ କୁ ଦୂର କରିବାରେ ସାହାଯ୍ୟ କରିଥାଏ l ଏବଂ ଲିଚୁ ଖାଇବା ଦ୍ୱାରା ଶରୀର ରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l

– ତ୍ୱଚାରେ ଚମକ ବୃଦ୍ଧି କରିଥାଏ –
ଗରମ ଦିନରେ ତ୍ୱଚାରେ ପ୍ରାକୃତିକ ଚମକ ରଖିବା ଖୁବ କଷ୍ଟକର ଅଟେ l କାରଣ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦ୍ୱାରା ତ୍ୱଚା ର ଚମକ ନଷ୍ଟ ହୋଇଥାଏ l ତେଣୁ ଏପରି ସ୍ଥିତି ରେ ଲିଚୁ ନିୟମିତ ନିହାତି ସେବନ କରିବା ଜରୁରୀ l

Leave A Reply