Odisha news

ଭୁଲରେ ମଧ୍ୟ ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ଘରୁ ଚାଲିଯିବେ ଧନଲକ୍ଷ୍ମୀ

0
ହିନ୍ଦୁ ଧର୍ମରେ ମଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଇ ଥାଏ ଓ ପ୍ରତ୍ୟେକ ପରିବାର ରେ ତାଙ୍କର ପୂଜା ନିଷ୍ଠାର ସହିତ ହୋଇଥାଏ l କୁହାଯାଏ ଯେ ଯେଉଁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେଠାରେ କଦାପି ଧନର ଅଭାବ ରହି ନଥାଏ l କିନ୍ତୁ ବସ୍ତୁ ଶାସ୍ତ୍ରରେ କିଛି ଏଭଳି ଭୁଲ ହୋଇ ଯାଇଥାଏ , ଯେଉଁ କାରଣରୁ ମାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଘରୁ ଚାଲିଯାଇ ଥାଆନ୍ତି l ବାସ୍ତୁଶାସ୍ତ୍ର ଅନୁସାରେ ରତିରେ ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ କିଛିଟା ଜିନିଷ ରଖି ସୋଇ ପଡିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
ନିଜ ମୁଣ୍ଡ ନିକଟରୁ ରଖନ୍ତୁ ନାହିଁ ଏହି ୪ଟି ଜିନିଷ –
– ନିଜ ପର୍ସ କଦାପି ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ l ଏଥିରେ ମଲକ୍ଷ୍ମୀଙ୍କ ବାସ ହୋଇଥାଏ l ତକିଆ ନିକଟରେ କିମ୍ବା ତକିଆ ତଳେ ପର୍ସ ରଖିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ତକିଆ ତଳେ ପର୍ସ ରଖି ଶୋଇବା ଦ୍ୱାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ l ଧନ ସଂଚୟ କରିବା ପାଇଁ ଅସୁବିଧା ହୋଇଥାଏ l
– ତକିଆ ନିକଟରେ କିମ୍ବା ମୁଣ୍ଡ ପାଖରେ କଦାପି ପାଣି ବୋତଲ କିମ୍ବା ଗିଲାସ ରଖି ଶୋଇବା ଉଚିତ ନୁହେଁ l କୁହାଯାଏ ଯେ ଏପରି କରିବା ଦ୍ୱାରା ଧନ କ୍ଷୟ ହୋଇଥାଏ l ମଲକ୍ଷ୍ମୀ ଙ୍କର ପାଣି ହେଉଛି ଖୁବ ପ୍ରିୟ ଅଟେ l
– ଅନେକ ସମୟରେ ଆମେ ପଢ଼ିପଢ଼ି ବହିକୁ ନିଜ ମୁଣ୍ଡ ନିକଟରେ ରଖିଦେଉ ଓ ସୋଇ ଯାଉ l ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ଜୀବନ ଉପରେ ପଡିଥାଏ l କାହିଁକି ନ ବହି, ନ୍ୟୁଜ ପେପର , ମାଗାଜିନ ଇତ୍ୟାଦି ବୁଧ ଗ୍ରହ ଙ୍କ ସହିତ ସମ୍ପର୍କ ରହିଛି l ବୁଧ ପ୍ରଭାବିତ ହେବ ଦ୍ୱାରା ଆପଣଙ୍କ କ୍ୟାରିଅର ଉପରେ ପ୍ରଭାବ ପଡିଥାଏ l
– ତକିଆ ନିକଟରେ କଦାପି ଘଡି ରଖି ଶୋଇବା ଉଚିତ ନୁହେଁ l ଏଥିରୁ ବାହାରୁଥିବା ତରଙ୍ଗ ଜୀବନ ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପକାଇଥାଏ l ତେଣୁ କଦାପି ଘଡ଼ିକୁ ନିଜ ତକିଆ ନିକଟରେ ରଖି ଶୁଆନ୍ତୁ ନାହିଁ l

Leave A Reply