ଆଜି ହେଉଛି ପବିତ୍ର ହରୀ ଶୟନ ଏକାଦଶୀ, କଣ ରହିଛି ଏହାର ପୁରାଣରେ ମହତ୍ୱ ଓ ଜୀବନରେ ସୁଖଶାନ୍ତି ପାଇଁ କରନ୍ତୁ ଏହି ଉପାୟ
ଶୟନ ବ୍ରତ କୁ ଦେବ ଶୟନ ଓ ପଦ୍ମନାଭ ଏକାଦଶୀ କୁହାଯାଇ ଥାଏ l ପଦ୍ମପୁରାଣ ରେ କୁହାଯାଇଛି ଯେ ଯେତେବେଳେ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରି ଥିଲେ କି ଆଷାଢ଼ ମାସ ର ଶୁକ୍ଳ ପକ୍ଷ ର ଏକାଦଶୀ ର କଣ ନାମ ଓ ମହତ୍ୱ ରହିଛି l ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିର ଙ୍କୁ କହିଥିଲେ କି ଆଷାଢ଼ ମାସ ର ଶୁକ୍ଳ ପକ୍ଷର ଯେଉଁ ଏକାଦଶୀ ହୋଇଥାଏ ସେହିଦିନ ଠାରୁ ୪ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ବାମନ ରୂପରେ ପାତାଳ ଲୋକରେ ରାଜା ବଳି ଙ୍କୁ ଦେଇଥିବା ବଚନ ଅନୁସାରେ ନିବାସ କରି ଥାଆନ୍ତି l
ଶୟନ ଏକାଦଶୀ ରେ କଣ ରହିଛି ପୁରାଣରେ ମହତ୍ୱ –
ପଦ୍ମପୁରାଣ ଅନୁସାରେ ଆଷାଢମାସ ଶୁକ୍ଲପକ୍ଷ ଏକାଦଶୀଦିନ ଭଗବାନ ବିଷ୍ଣୁ ରାଜା ବଳିଙ୍କୁ ଦିଆଯାଇଥିବା ବଚନ ଅନୁସାରେ ପ୍ରତ୍ୟେକ ବର୍ଷ ବାମନ ରୂପରେ ପାତାଳ ଲୋକକୁ ଯାଇ ଥାଆନ୍ତି l ଏବଂ ଏହି ରୂପରେ ପାତାଳ ଲୋକରେ ଚାରିମାସ ରହି ଥାଆନ୍ତି l ଯେତେବେଳେ ଭଗବାନ ମହାଦାନୀ ବଳି ର ଅହଂକାର ଖଣ୍ଡନ କରିବା ପାଇଁ ବାମନ ଅବତାର ନେଇଥିଲେ ସେତେବେଳେ ୪ ପାଦରେ ସବୁକିଛି ନେଇ ଯାଇଥିଲେ l ସେତେବେଳେ ରାଜା ବଳି ଭଗବାନ ଙ୍କୁ କହିଥିଲେ ମୁଁ ଆପଣଙ୍କୁ ସବୁକିଛି ଦେଇଦେଲି ଆପଣ ମୋ ଉପରେ ଗୋଟିଏ କୃପା କରନ୍ତୁ l ଭଗବାନ ରାଜା ବଳି ଙ୍କୁ ବର ମାଗିବାକୁ କହିଥିଲେ l ରାଜା ବଳି କହିଥିଲେ ଯେ ପ୍ରଭ ଆପଣ ମୋ ସହିତ ପାତାଳ ଲୋକରେ ନିବାସ କରନ୍ତୁ l ଭଗବାନ ଭକ୍ତର ବିନତୀକୁ ଏଡାଇ ପାରିଲେ ନାହିଁ l ଏହାପରେ ମଲକ୍ଷ୍ମୀ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ରାକ୍ଷୀ ର ବନ୍ଧନ ରେ ସ୍ନେହ ରେ ବାନ୍ଧି ଭଗବାନ ବିଷ୍ଣୁଙ୍କୁ ପାତାଳ ଲୋକରୁ ମୁକ୍ତି କରାଇଥିଲେ l ସେହି ସମୟରେ ଭଗବାନ ବଳି ଙ୍କୁ ବଚନ ଦେଇଥିଲେ ଯେ ପ୍ରତ୍ୟେକ ବର୍ଷ ଆଷାଢ଼ ଶୁକ୍ଲପକ୍ଷ ଏକାଦଶୀ ଦିନ ଠାରୁ କାର୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପାତାଳରେ ରହିବେ l ଏହି ସମୟରେ ମର୍ତ୍ୟ ମଣ୍ଡଳ ରେ ଚାତୁର୍ମାସ ରହିବ l
* ଦେବ ଶୟନ ଏକାଦଶୀ କରିବାର ଲାଭ ଓ ପୁଣ୍ୟ –
– ପଦ୍ମପୁରାଣ ର ମାନ୍ୟତା ଅନୁସାରେ ଦେବ ଶୟନ ଏକାଦଶୀ ଗୋଟିଏ ପବିତ୍ର ଦିନ ଅଟେ , ସ୍ୱୟଂ ବ୍ରହ୍ମଦେବ ଏହାର ପୁଣ୍ୟ ଓ ମାହାତ୍ମ୍ୟ ବିଷୟରେ ବର୍ଣନା କରିଛନ୍ତି l ଯେଉଁ ବ୍ୟକ୍ତି ଏହି ବ୍ରତ କରିଥାଏ ସେ ପାପମୁକ୍ତ ହୋଇଥାଏ ଓ ତାର ଗଣନା ଗୁଣି ବ୍ୟକ୍ତି ମାନଙ୍କ ମଧ୍ୟରେ ହୋଇଥାଏ l
– ଏହିଦିନ ହୋମ ଓ ଯଜ୍ଞ ଇତ୍ୟାଦି କରିବା ଦ୍ୱାରା ମହାପୂଣ୍ୟ ଲାଭ ହୋଇଥାଏ ଓ ସ୍ୱାମୀସ୍ତ୍ରୀ ଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ l
– ଆଜିର ଦିନରେ ଭଗବାନ ବିଷ୍ଣୁଙ୍କ ଚରଣରେ ପଦ୍ମଫୁଲ ଅର୍ପଣ କରିବା ଦ୍ୱାରା ଜୀବନର ବାଧାବିଘ୍ନ ଦୂର ହୋଇଥାଏ l ଏହାଛଡା ଆଜିର ଦିନରେ ହଳଦୀ ପକାଇ ଖେଚୁଡ଼ି ପ୍ରସ୍ତୁତ କରି ଗାଈକୁ ଖାଇବାକୁ ଦିଅନ୍ତୁ l
– ଆଜି ଯଦି ଆପଣ ଫଳ କାହାକୁ ଭୋଜନ ନିମିତ୍ତ ଅର୍ପଣ କରିବେ ତେବେ ସମସ୍ତ କ୍ଳେଶ ଜୀବନର ଦୂର ହୋଇଥାଏ l ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ସେଥିରେ ମହୁ ଓ ଘିଅ ଅର୍ପଣ କରି ଅର୍ଘ୍ୟ ଦିଅନ୍ତୁ ଏହାଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ l