Odisha news

ଆଜି ହେଉଛି କାର୍ତିକ ଶୁକ୍ଳ ପକ୍ଷ ଦଶମୀ ତିଥି , ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

0
କାର୍ତ୍ତିକ ମାସ ଆଉ ଅଳ୍ପ କିଛିଦିନ ପରେ ସମାପ୍ତ ହୋଇଯିବ l କାର୍ତିକ ମାସରେ ପଞ୍ଚୁକ ର ବେଶ ମାନ୍ୟତା ରହିଛି, ଏହାଛଡା ଆଜି ମଧ୍ୟ କାର୍ତିକ ଶୁକ୍ଲପକ୍ଷ ଦଶମୀ ତିଥି l
ସୁଦଶାବ୍ରତ ପଡୁଥିବା କାରଣରୁ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ଖୁବ ଗୁରୁତ୍ୱପୂର୍ଣ ଅଟେ l କାର୍ତିକ ମାସରେ ଭଗବାନ ବିଷ୍ନୁ ଙ୍କୁ ବିଶେଷ ଭାବରେ ପୂଜାର୍ଚନା କରାଯାଇ ଥାଏ l କିନ୍ତୁ କାର୍ତିକ ମାସରେ ଯଦି ଗୁରୁବାର ଦଶମୀ ତିଥି ପଡୁଛି ତେବେ ଏହି ଦିନର ମହତ୍ୱ ଖୁବ ବଢ଼ିଯାଇ ଥାଏ l
କାର୍ତିକ ମାସରେ ସ୍ୱୟଂ ବିଷ୍ନୁ ନିଜ ଭକ୍ତ ମାନଙ୍କ ଦୁଃଖ ଦୂର କରିବା ପାଇଁ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି l ସେହିଭଳି କାର୍ତିକ ମାସ ଦଶମୀ ତିଥି ଗୁରୁବାର ହୋଇଥିବା କାରଣରୁ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ବିଶେଷ ପୂଜା କରାଯାଇ ଥାଏ l ଆଜିର ଦିନରେ ଲକ୍ଷ୍ମୀଙ୍କ ନିକଟରେ ସୁଦଶାବ୍ରତ ପୂଜା କରିବାର ବିଶେଷ ବିଧି ରହିଛି l
– ଶାସ୍ତ୍ର ଅନୁସାରେ ଏହିଦିନ ମାତା ଲକ୍ଷ୍ମୀଙ୍କ ଉଦେଶ୍ୟରେ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ କଳସୀ ସ୍ଥାପନ କରି ସେଠାରେ ଦୀପ ପ୍ରଜ୍ବଳନ କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ l
– କାର୍ତିକ ଦଶମୀ ଗୁରୁବାର ହୋଇଥିବାରୁ ଆଜିର ଦିନରେ ପଞ୍ଚମୁଖୀ ଦୀପ ଜଳାଇବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଓ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l
– କାର୍ତିକ ଗୁରୁବାର ଦଶମୀ ତିଥିରେ କଦଳୀ ଗଛକୁ ପୂଜା କରିବା ଆବଶ୍ୟକ l ପୂଜା ପରେ ଗାଈଙ୍କୁ ଚାଉଳ ଓ ଗୁଡ଼ ଭୋଜନ କରାଇଲେ ଭଗବାନ ବିଷ୍ଣୁ ଙ୍କ ସହିତ ଗୁରୁ ବୃହସ୍ପତି ଙ୍କ କୃପା ଲାଭ ହୋଇଥାଏ l ଯେଉଁ କାରଣରୁ ଜୀବନ ରେ ଆର୍ଥିକ ଅସୁବିଧା ଦୂର ହୋଇଥାଏ ଏବଂ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହୁଏ l
– ଆଜିର ସକାଳ ଧୂପ ପରେ ମାତା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ପ୍ରସାଦ ଭାବରେ ଅର୍ପଣ କରିବା ଜରୁରୀ l କାର୍ତିକ ଦଶମୀ ଗୁରୁବାର ଦିନ କନ୍ୟାଙ୍କୁ ଭୋଜନ କରାଇବା ଦ୍ୱାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l
– ଆଜିର ଦିନରେ ହଳଦିଆ ଜିନିଷର ବ୍ୟବହାର କରିବା ଆବଶ୍ୟକ l ଯେପରିକି ହଳଦୀ ଲଗାଇ ଗାଧୋଇବା, ହଳଦିଆ ବସ୍ତ୍ର ଧାରଣ କରିବା, ଇତ୍ୟାଦି l ଏହି ରଙ୍ଗ ଶୁଭ ହୋଇଥିବା କାରଣରୁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l ଏହାପରେ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରି ଜୀବନ କୁ ସୁଖମୟ କରନ୍ତୁ l
Nalco
Leave A Reply